oom

ପଦ୍ମପୁରରେ ‘ୱାନ୍ ରୁପି କ୍ଲିନିକ’ ଉଦଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜିର ପବିତ୍ର ସ୍ୱାଧୀନତା ଦିବସ ଅବସରରେ, ପଦ୍ମପୁର କଚେରୀ ସମ୍ମୁଖରେ ବହୁ ଚର୍ଚ୍ଚିତ ଚିକିତ୍ସକ ଡା. ଶଙ୍କର ରାମ ଚନ୍ଦାନୀଙ୍କ ୱାନ ରୁପି କ୍ଲିନିକ ଉଦଘାଟିତ ହୋଇ ଯାଇଛି । ଡା. ରାମ ଚନ୍ଦାନୀଙ୍କ ମାତା ଲାଜବନ୍ତୀ ରାମ ଚନ୍ଦାନୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଫିତାକାଟି କ୍ଲିନିକର ଶୁଭ ଉଦଘାଟନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ରାମ ନାରାୟଣ ପାଣିଗ୍ରାହୀ ୱାନ ରୁପି କ୍ଲିନିକର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ପ୍ରତି ମାସରେ ଏଇ କ୍ଲିନିକ ଖୋଲା ରହିବ ଏବଂ ପ୍ରତି ରୋଗୀଙ୍କଠାରୁ ମାତ୍ର ଟଙ୍କାଟିଏ ଫି ଭାବେ ଗ୍ରହଣ କରାଯିବ ବୋଲି ଡା. ରାମ ଚନ୍ଦାନୀଙ୍କ ଠାରୁ ପ୍ରକାଶ । ଆର୍ଥିକ ସମ୍ବଳ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏଇ କ୍ଲିନିକରେ ପ୍ରଥମ ଦିନରେ ଖବର ଲେଖା ହେବା ଯାଏ ସତୁରୀ ଜଣ ରୋଗୀ ନିଜ ନାମ ପଞ୍ଜିକରଣ କରି ସାରିଛନ୍ତି । କୋଭିଡ କଟକଣା ଭିତରେ ଆୟୋଜିତ ଏଇ ନିରାଡମ୍ବର ଉଦଘାଟନୀ ଉତ୍ସବରେ ସହରର ସବୁ ବର୍ଗରୁ ସୀମିତ ସଂଖ୍ୟକ ବ୍ୟକ୍ତି ବିଶେଷଙ୍କ ଉପସ୍ଥିତି ରହିଥିଲା । ସମଗ୍ର କାର୍ଯ୍ୟକ୍ରମରେ ଅନୀଲ କୁମାର ଦୋରା, ପ୍ରଶାନ୍ତ ମାଝୀ, ଅମୀୟ ପୁରୋହିତ, ପ୍ରଶାନ୍ତ ଜେନା, ସରୋଜ ମିଶ୍ର, ଅଟଳ ଦୋରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଡା.ରାମ ଚନ୍ଦାନୀ ତାଙ୍କର ଉତ୍ସର୍ଗୀକୃତ ଚିକିତ୍ସା ସେବା ପାଇଁ ରାଜ୍ୟ ତଥା ଜାତୀୟ ସ୍ତରରେ ଖୁବ ସୁନାମ ଅର୍ଜନ କରିଥିବା ବେଳେ ନିଜ ଜନ୍ମିତ ପଦ୍ମପୁର ସହରରେ ତାଙ୍କର ଏଇ ୱାନ ରୁପି କ୍ଲିନିକ ଖୋଲିବାକୁ ନେଇ ସବୁବର୍ଗର ଲୋକେ ତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ଶୁଭେଚ୍ଛାର ବାର୍ତ୍ତା ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.