pakka

ୱାନ ନେସନ୍ ୱାନ ରାସନ୍ କାର୍ଡ ରାଜ୍ୟରେ ଆରମ୍ଭ ହେଲା

bbehera

ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଆରମ୍ଭ ହେଲା ୱାନ ନେସନ୍ ୱାନ ରାସନ୍ କାର୍ଡ । ତେବେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ରାଜ୍ୟ ତଥା ଦେଶର ଯେକୌଣସି ଡିଲରଙ୍କଠାରୁ ଖାଉଟି ରାସନ ସାମଗ୍ରୀ ପାଇପାରିବେ । ଖାଉଟିଙ୍କୁ ମିଳୁଥିବା ସରକାରୀ ଚାଉଳ ବା ଗହମର ମାସିକ କୋଟା ପାଇବାକୁ ଏଣିକି ନିର୍ଦ୍ଦିଷ୍ଟ ଡିଲରଙ୍କ ଉପରେ ନିର୍ଭର କରିବାକୁ ପଡିବନି । ଖାଉଟିମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡରେ ରାଜ୍ୟ କିମ୍ବା ଦେଶ ଭିତରେ ଯେ କୌଣସି ଚିହ୍ନଟ ଡିଲରଙ୍କଠାରୁ ମାସିକ ଖାଦ୍ୟ ସାମଗ୍ରୀ ପାଇପାରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ପ୍ରାୟ ୯୨ଲକ୍ଷ ହିତାଧିକାରୀ ଉପକୃତ ହେବେ ।

Leave A Reply

Your email address will not be published.

two × three =