ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ସତ୍ୟନାରାୟଣଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ : ବରିଷ୍ଠ ଓଡ଼ିଆ ଆଇପିଏସ୍‌ ଅଧିକାରୀ ତଥା ଏନ୍‌ଡିଆର୍‌ଏଫ୍‌ର ମହାନିର୍ଦ୍ଦେଶକ ସତ୍ୟନାରାୟଣ ପ୍ରଧାନଙ୍କୁ ଏନ୍‌ସିବି ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ଶ୍ରୀ ପ୍ରଧାନ ଉଭୟ ଏନ୍‌ଡିଆର୍‌ଏଫ୍‌ ଓ ଏନ୍‌ସିବିର ଡିଜି ରୂପେ ଗୁରୁ ଦାୟିତ୍ୱ ତୁଲାଇବେ । ଶ୍ରୀ ପ୍ରଧାନ ୧୯୮୮ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର୍‌ ଓଡ଼ିଆ ଆଇପିଏସ୍‌ । ଶ୍ରୀ ପ୍ରଧାନ ଏନ୍‌ସିବି ଡିଜି ରୂପେ କାର୍ଯ୍ୟ କରୁଥିବା ଆଇପିଏସ୍‌ ଅଧିକାରୀ ରାକେଶ ଆସ୍ଥାନାଙ୍କ ଠାରୁ ଏନ୍‌ସିବିର ଅତିରିକ୍ତ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.

1 × 4 =