pakka

କେବେ ଭାଙ୍ଗିବ ଜିଲ୍ଲାପାଳଙ୍କ ଅହଂକାର : ପଦ୍ମପୁର ଓକିଲ ସଂଘ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁରରେ ଗତ ତା ୨୭/୦୧/୨୦୨୨ ରିଖରେ ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ସଭାପତିତ୍ଵରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଓକିଲ ସଂଘ ତରଫରୁ ତାଲାବନ୍ଦ ଆନ୍ଦୋଳନ ନିଷ୍ପତ୍ତ ନିଆଯାଇଥିଲା । ପଦ୍ମପୁର ଉପଖଣ୍ଡ ଏକ ବଡ଼ ଉପଖଣ୍ଡ ହେବା ସତ୍ତ୍ବେ ବିଭିନ୍ନ ଅଫିସିଆଲ୍ ପଦପଦବୀ ଖାଲି ରହିଛି, ପଦ୍ମପୁର ଉପ-ଜିଲ୍ଲାପାଳଙ୍କ କୋର୍ଟରେ ଗତ ଦଶନ୍ଧିରୁ କୌଣସି କୋର୍ଟ କାମ ହେଉନଥିବାରୁ କେସ୍ ଗୁଡ଼ିକ ପଡ଼ି ରହୁଛି, ଯଦ୍ବାରା ସାଧାରଣ ଜନତା ନାହିଁ ନଥିବାର ଅସୁବିଧା ଭୋଗିବା ସହ ବ୍ୟାପକ ଭାବରେ ହଇରାଣ ହେଉଛନ୍ତି । ତତ୍‌ସହ ପଦ୍ମପୁର ତହସିଲ କୋର୍ଟରେ ଅତିରିକ୍ତ ତହସିଲଦାର ସରିତା ଗୁପ୍ତାଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଓକିଲ ଏବଂ ଜନସାଧାରଣଙ୍କ ପ୍ରତି ଦୁର୍ବବ୍ୟବହାରକୁ ନେଇ ଓକିଲ ସଂଘର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ପଦ୍ମପୁର ସବ୍ ରେଜିଷ୍ଟ୍ରାର ଅଫିସରେ ବ୍ୟାପକ ମାତ୍ରାରେ ଲାଞ୍ଚ କାରବାର ହେଉଥିବାରୁ, ମୁଖ୍ୟତଃ କିରାଣୀମାନଙ୍କ କାର୍ଯ୍ୟକଳାପକୁ ନେଇ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିବା ସହ ନିନ୍ଦା ପ୍ରକାଶ କରିଥିଲେ । ଏହି ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ତଦନ୍ତ କରି ଯଥାଶୀଘ୍ର ବିହିତ ପଦକ୍ଷେପ ପାଇଁ ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଓକିଲ ସଂଘର ସଦସ୍ୟମାନେ ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ଵେ କୌଣସି ସୁଧାର ନହେବାରୁ ଓକିଲ ସଂଘ ଏହି ଅଫିସ୍ ଗୁଡ଼ିକରେ ତାଲା ପକାଇବାକୁ ବାଧ୍ୟ ହୋଇଛି । ତେବେ ଆଜିକୁ ୧୪ ଦିନ ଧରି ତାଲାବନ୍ଦ ଆନ୍ଦୋଳନ ଚାଲିଥିଲେ ବି ରାଜ୍ୟ ସରକାର ତଥା ବରଗଡ଼ ଜିଲ୍ଲାପାଳଙ୍କ ଉପରେ କୌଣସି ପ୍ରଭାବ କିମ୍ବା ପ୍ରତିକ୍ରିୟା ଦେଖାଯାଉ ନଥିବା ବେଳେ ତାଲାବନ୍ଦ ଆନ୍ଦୋଳନ ପରେ ଜିଲ୍ଲାପାଳ ପଦ୍ମପୁରକୁ ଦୁଇ ତିନି ଥର ଗସ୍ତ କରିଥିଲେ ସୁଦ୍ଧା ସମସ୍ୟାର ସମାଧାନ ପାଇଁ ପ୍ରୟାସ କରୁନାହାନ୍ତି ବୋଲି ଅଭିଯୋଗ କରାଯାଇଛି । ଜିଲ୍ଲାପାଳଙ୍କ ଅହଂକାରୀ ଆଚରଣ ପଦ୍ମପୁର ଜନସାଧାରଣଙ୍କୁ ବ୍ୟଥିତ କରୁଛି ବୋଲି ଆଜି ପଦ୍ମପୁର ଓକିଲ ସଂଘ ଦ୍ୱାରା ଆହୁତ ସାମ୍ବାଦିକ ସମ୍ମିଳନୀରେ ଓକିଲ ସଂଘ ସଭାପତି ଗୌନ୍ତିଆ କୁମାର ସାହୁ ଏ ସମସ୍ତ ବିବୃତି ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଓକିଲ ସଂଘର ସହ ସମ୍ପାଦକ ଚିନ୍ମୟ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ସୂଚନା ଦିଆଯାଉଛି କି ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସକୁ ମଧ୍ୟ ତାଲା ଦିଆଯାଇଥିଲା ଫଳରେ ଗତ ତା୩୧/୦୧/୨୦୨୨ରିଖ ଦିନ ବରଗଡ଼ ଏଡିଏମ୍‌ ଆମ ସଂଘ ସହ ଆଲୋଚନା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଦେଖାଦେଇଥିବା ସମସ୍ୟାକୁ ମାନିନେଇ ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଖୋଲାଯାଇଥିଲା ହେଲେ ଅନ୍ୟ ଦୁଇ କାର୍ଯ୍ୟାଳୟ ସମସ୍ୟା ଦାବୀର ସମାଧାନ ହୋଇନାହିଁ । ଆଲୋଚନାକୁ ଯେତେଦିନ ପର୍ଯ୍ୟନ୍ତ ଜିଲ୍ଲାପାଳ ନିଜେ ଆସି ସମାଧାନ କରିବା ପାଇଁ ପ୍ରୟାସ ନ କରିଛନ୍ତି ସେତେଦିନ ପର୍ୟ୍ୟନ୍ତ ରେଜିଷ୍ଟି ଅଫିସ ଓ ତହସିଲ ଅଫିସରେ ତାଲାବନ୍ଦ ଆନ୍ଦୋଳନ ଜାରି ରହିବ ଓ ଏହି ଆନ୍ଦୋଳନକୁ ଜନସାଧାରଣ ସହଯୋଗ କାମନା କରୁଛୁ ବୋଲି ସଂଘ ଅନୁରୋଧ କରିଛି ।

jay balangir
Leave A Reply

Your email address will not be published.

nineteen + 16 =