csstore

ଗତ ୨୪ ଘଂଟାରେ ରାଜ୍ୟରେ ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୮୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩୧ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୫୮ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୬୭ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୩୩୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୩, ବାଲେଶ୍ୱରରୁ ୩୦, ବରଗଡ଼ରୁ ୫, ଭଦ୍ରକରୁ ୧୪, ବୌଦ୍ଧରୁ ୩, କଟକରୁ ୯୮, ଦେବଗଡ଼ରୁ ୫, ଢେ଼ଙ୍କାନାଳରୁ ୧୧, ଗଜପତିରୁ ୧, ଗଂଜାମରୁ ୬, ଜଗତସିଂହପୁରରୁ ୧୭, ଯାଜପୁରରୁ ୧୯, ଝାରସୁଗୁଡାରୁ ୨, କେନ୍ଦ୍ରାପଡ଼ାରୁ ୩୩, କେଉଁଝରରୁ ୮, ଖୋର୍ଦ୍ଧାରୁ ୩୪୬, କୋରାପୁଟରୁ ୪, ମାଲକାନଗିରିରୁ ୨, ମୟୁରଭଂଜରୁ ୩୭, ନବରଙ୍ଗପୁରରୁ ୭, ନୟାଗଡ଼ରୁ ୧୦, ପୁରୀରୁ ୧୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୨୧, ସୁନ୍ଦରଗଡରୁ ୧୬ ଓ ଷ୍ଟେଟ ପୁଲ୍‌ରୁ ୮୩ ଚିହ୍ନଟ ହୋଇଛନ୍ତି ।

jayashree
Leave A Reply

Your email address will not be published.