csstore

ଓଡ଼ିଶା ମୋ ପରିବାର ତରଫରୁ ୮୨ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗକୁ ମୁଣ୍ଡ ଫଟା ଖରା ଆସୁଛି । ପ୍ରବଳ ତାପରେ ଲୋକଙ୍କ ହିମୋଗ୍ଲୋବିନ କମିଯିବା ବେଳେ ରକ୍ତର ଘୋର ଅଭାବ ଦେଖିବାକୁ ମିଳେ । ବଲାଙ୍ଗିରରେ ରୋଗୀଙ୍କ ପାଇଁ ରକ୍ତାଭାବ ଯେପରି ନହେବ ସେହି ଉଦ୍ଦେଶ୍ୟରେ ଆଜି ଓଡିଶା ମୋ ପରିବାର ଆନୁକୁଲ୍ୟରେ ଭୀମଭୋଇ ମେଡିକାଲ କଲେଜ ହସପିଟାଲର ରକ୍ତ ଭଣ୍ଡାର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ସଂଯୋଜକ ସାଗର ସଂଗମ ଶତପଥୀଙ୍କ ନେତୃ‌ତ୍ୱରେ ପୁର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓଙ୍କ ଆହ୍ୱାନ କ୍ରମେ ଗ୍ରୀଷ୍ମ ଋତୁ ସମୟରେ ରକ୍ତର ଅଭାବ ଯେଭଳି ନହେବ ତାକୁ ଦୃଷ୍ଟିରେ ରଖି ବଲାଙ୍ଗିର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ଏହି ରକ୍ତଦାନ ଶିବିର ଆୟୋଜନ କରିଥିବା ସୂଚନା ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ଶତପଥୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ବିଜେଡିର ବରିଷ୍ଠ କର୍ମକର୍ତ୍ତା ଶିବ ପ୍ରସାଦ ବେହେରା, ନରସିଂହ ବାଗ, ମୁନା ଖାନ, ରାମ ନାଏକ, ନିହାର ରଂଜନ ‌ସ୍ୱାଇଁ, ସନ୍ତୋଷ ଦନ୍ତା ନିତେଶ, ଅଗ୍ରୱାଲ ଗୋବିନ୍ଦ ଶତପଥି, ଶତୃଘନ ବାଗ, ଅରୁଣ ମହାକୁର, ଫନି ଶତପଥି, ଦିପକ ପଣ୍ଡା, ବଣ୍ଟି ଚାନ୍ଦ, ବେଞ୍ଜାମିନ କିରୋ ଏବଂ ବିଭୂତି ଭୂଷଣ ମିଶ୍ର ସହଯୋଗ କରିଥିବା ବେଳେ ସଇଁ‌ନ୍ତଲାରେ ମନ୍ତ୍ରୀ ତଥା ଜିଲ୍ଲା ସଭାପତି ଟୁକୁନି ସାହୁଙ୍କ ନେତୃ‌ତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ତେବେ ବଲାଙ୍ଗୀର ଶିବିରରେ ସମୁଦାୟ ୩୧ ଜଣ ଓ ସଇଁ‌ନ୍ତଲା ଠାରେ ୫୧ ଜଣ ରକ୍ତ ଦାନ କରିଥିବା ସୂଚନା ରହିଛି ।

jayashree
Leave A Reply

Your email address will not be published.