om academy

ମାରୱାଡି ମହିଳା ସମିତି ଦ୍ୱାରା ମାରାଥନର ସଫଳ ଆୟୋଜନ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାରୱାଡି ମହିଳା ସମିତି ବଲାଙ୍ଗିର ଶାଖା ଦ୍ୱାରା କୋଭିଡ୍‌ ଟିକା ଜନ ଜାଗରଣ ଏବଂ ସ୍ୱଚ୍ଛ ଭାରତ ଅନ୍ତର୍ଗତ ଏକ ମିନି ମାରାଥନ ଦୌଡର ଆୟୋଜନ ସଫଳତା ପୂର୍ବକ କରାଯାଇଛି । ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରୁ ପ୍ରାୟ ତିନି ଶହ ପ୍ରତିଯୋଗୀ ବାହାରି ବିକ୍ରମ ଛକ, ପ୍ରହରୀ ଛକ, ହସ୍‌ପିଟାଲ ଛକ, ପାଟଣାଛକ ଏବଂ ବସଷ୍ଟାଣ୍ଡ ଦେଇ କଳାମଣ୍ଡଳରେ ପହ‌ଞ୍ଚିଥିଲେ । ଏଥିରେ ଏନ୍‌.ସି.ସି. କେଡେଟ୍‌ କଲେଜ ଏବଂ ସ୍କୁଲର ଛାତ୍ରଛାତ୍ରୀ ଏବଂ ଅନେକ ସାମାଜିକ ବ୍ୟକ୍ତି ଭାଗ ନେଇଥିଲେ । ମାରାଥନରେ ୧୦ରୁ ୧୫ ବର୍ଷ, ୧୫ରୁ ୩୫ ବର୍ଷ ଏବଂ ୩୫ରୁ ଉଦ୍ଧ୍ୱର୍ ତିନୋଟି ବର୍ଗରେ ପ୍ରତିଯୋଗିତା ହୋଇଥିଲେ । ପ୍ରତ୍ୟେକ ବର୍ଗରୁ ଦଶ ଜଣ ପ୍ରଥମେ ଆସିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଜିଲ୍ଲାପାଳ ଚଞ୍ଚଳ ରଣା ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରି ମାରୱାଡି ମହିଳା ସମିତିର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ । ବରିଷ୍ଠ ଖେଳାଳୀ ଆନନ୍ଦିନୀ ଦର୍ଜୀ ପତାକା ଦେଖାଇ ଦୌଡର ପ୍ରାରମ୍ଭ କରିଥିବା ବେଳେ ବରିଷ୍ଠ ହକି ଖେଳାଳି ପ୍ରଫୁଲ୍ଲ ବେହେରା ସ୍ୱାଗତ କରିଥିଲେ । ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ନିରୁ ଅଗ୍ରୱାଲ ସ୍ୱାଗତ ଭାଷଣ ଦେଇଥିଲେ । ମାରୱାଡି ସମ୍ମେଳନ ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ ଏବଂ ଯୁବ ମଞ୍ଚ ଅଧ୍ୟକ୍ଷ ଅମିତ ଚୌଧୁରୀ ମହିଳା ସମିତିର ଏହି ମହତ କାର୍ଯ୍ୟକୁ ତାଙ୍କ ବକ୍ତବ୍ୟରେ ପ୍ରଶଂସା କରିଥିଲେ । ସମ୍ମେଳନର ସଂପାଦକ ମୋହନ ଅଗ୍ରୱାଲ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବିଷ୍ଣୁ ପ୍ରସାଦ କେଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମାଜର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ ।

Leave A Reply

Your email address will not be published.

5 × four =