om academy

ଗତ ୨୪ ଘଂଟାରେ ରାଜ୍ୟରେ ୩୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ୫୭୧

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୩୫୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇ ୩୮୭୨୭କୁ ଖସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୩୯ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୫୩୮ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୭, ବାଲେଶ୍ୱରରୁ ୨୦୫, ବରଗଡ଼ରୁ ୫୧, ଭଦ୍ରକରୁ ୧୮୬, ବଲାଙ୍ଗିରରୁ ୩୬, ବୌଦ୍ଧରୁ ୫୯, କଟକରୁ ୪୦୭, ଦେବଗଡ଼ରୁ ୧୨, ଢେ଼ଙ୍କାନାଳରୁ ୯୬, ଗଜପତିରୁ ୨୯, ଗଂଜାମରୁ ୨୭, ଜଗତସିଂହପୁରରୁ ୧୦୩, ଯାଜପୁରରୁ ୩୩୭, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୪୧, କେଉଁଝରରୁ ୬୧, ଖୋର୍ଦ୍ଧାରୁ ୫୭୧, କୋରାପୁଟରୁ ୫୯, ମାଲକାନଗିରିରୁ ୮୬, ମୟୁରଭଂଜରୁ ୧୮୭, ନବରଂଗପୁରରୁ ୫୭, ନୟାଗଡ଼ରୁ ୧୧୪, ନୂଆପଡ଼ାରୁ ୧୯, ପୁରୀରୁ ୨୩୭, ରାୟଗଡ଼ାରୁ ୮୮, ସମ୍ବଲପୁରରୁ ୩୧, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୪୩ ଓ ଷ୍ଟେଟ ପୁଲ୍‌ରୁ ୮୪ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.