om academy

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ

jsm

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟର ୩ଟି ସ୍ଥାନରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗଦେବେ । କୁଜଙ୍ଗ, ଆଳି ଓ ରେମୁଣାରେ ତିନିଟି ଜନସଭା କରିବେ । ପାରାଦୀପର କୁଜଙ୍ଗଠାରେ ପ୍ରଥମ ସଭାରେ ଯୋଗ ଦେବେ ସ୍ମୃତି । ଏହାପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ଆଳି ଓ ରେମୁଣାରେ ନିର୍ବାଚନୀ ସଭାରେ ଯୋଗଦେବେ । ବିଜେପିର ସୁଭଦ୍ରା ଯୋଜନାର ଲକ୍ଷ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ କରିବେ ସ୍ମୃତି ଇରାନୀ । ସୁଭଦ୍ରା ଯୋଜନାରେ ମାଆମାନଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦିଆଯିବ । ଏହାର ପ୍ରଚାର ପ୍ରସାର ପାଇଁ ଆଜି ସେ ଓଡ଼ିଶା ଆସୁଛନ୍ତି ।

Leave A Reply

Your email address will not be published.