csstore

ଓଡିଆ ଅସ୍ମିତା ଶିବିର ୨୦୨୪ – ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ଦଳର ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରଠାରେ ରାଜ୍ୟସ୍ତରୀୟ ଓଡିଆ ଅସ୍ମିତା ଶିବିର – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନା ବ୍ୟୁରୋ ଅଧିନରେ ଥିବା ବିଭିନ୍ନ ମହାବିଦ୍ୟାଳୟର ଚାରିଜଣ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ଓଡିଆ ଅଧ୍ୟାପକ ତଥା ବଲାଙ୍ଗିର ଏନ୍‌ଏସ୍‌ଏସ୍‌ ଜିଲ୍ଲା ଅଧିକାରୀ ଡଃ. ଅଜିତ କୁମାର ଭୋଇଙ୍କ ପ୍ରତିନିଧିତ୍ୱରେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପ୍ରିତୀପ୍ରଜ୍ଞା ଦେହୁରୀ, ପି.ଏସ୍‌ ମହାବିଦ୍ୟାଳୟ ଦେଓଗାଁର କରିସ୍ମା ରଣା, ପି.ଏସ୍‌. ଡିଗ୍ରୀ ମହାବିଦ୍ୟାଳୟ ବଙ୍ଗୋମୁଣ୍ଡାର ପ୍ରେମ ସାଗର ସାହୁ ଏବଂ ଉଲୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟର ସୁଧାଂଶୁ ପଧାନ ଆଦି ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ । ଉକ୍ତ ଶିବିରରେ ଓଡିଶାର ସମସ୍ତ ୩୦ଟି ଜିଲ୍ଲାରୁ ୨୦୦ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀ ଯୋଗଦାନ କରିଥିଲେ । ପ୍ରାୟ ୧୭ଗୋଟି ବିଭାଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ଚିତ୍ରାଙ୍କନ, ରିଲ ନିର୍ମାଣ, ସଂଗୀତ, ଲୋକକୃତ୍ୟ, ବକ୍ତୃତା ଆଦି ବିଷୟରେ ସଫଳତାର ସହ ଅଂଶ ଗ୍ରହଣ କରିଥିଲେ । ଏହି ଭଳି ଏକ ସୁଯୋଗ ପ୍ରଦାନ କରାଯାଇ ଥିବାରୁ ଡଃ. ଭୋଇ ତଥା ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ସଂଯୋଜିକା ଡଃ. ପ୍ରିୟଙ୍କା ଚକ୍ରବର୍ତ୍ତୀଙ୍କୁ କୃତଜ୍ଞତା ତଥା ଧନ୍ୟବାଦ ଅର୍ପଣ କରିଛନ୍ତି ।

jayashree
Leave A Reply

Your email address will not be published.