csstore

ମଦନପୁର ରାମପୁରର ନୂତନ ରାଜାଙ୍କ ଦେବାଦେବୀ ଦର୍ଶନ

କଳାହାଣ୍ଡି, (ପି.କେ. ସାହୁ) : ରାଜ୍ୟାଭିଷେକ ପରେ ମଦନପୁର ରାମପୁରର ନୂତନ ରାଜା ତଥା ୩୦ ତମ ରାଜା ଶ୍ରୀ ଶ୍ରୀ ବୁଧେନ୍ଦ୍ର ପ୍ରତାପ ସିଂହଦେଓ ପ୍ରଥମେ କଳାହାଣ୍ଡି ମହାରାଜଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ଆଜି ମ.ରାମପୁରର ପ୍ରତ୍ୟେକ ମନ୍ଦିର ଦର୍ଶନ କରି ଦେବାଦେବୀଙ୍କ ଆଶିଷ ଭିକ୍ଷା କରିବା ସହିତ ପ୍ରଜା ଓ ଗ୍ରାମର ମଙ୍ଗଳ କାମନା କରିବା ସହିତ ମନ୍ଦିରମାନଙ୍କ ପରିଚାଳନା କମିଟି ସହିତ ଆଲୋଚନା କରିଥିଲେ । ରାଜାଙ୍କ ସହିତ ପୁରୋହିତ ତ୍ରିଲୋଚନ ଦାଶ ଓ ଶ୍ରୀ ଜଗନ୍ନାଥଙ୍କ ସେବକ ତଥା ସମାଜସେବୀ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରତ୍ୟେକ ମନ୍ଦିରର ପୂଜକ, ଭଗବତ ଘିଭେଲା, ଦେବେନ୍ଦ୍ର ପୋଢ଼, କୃଷ୍ଣଚନ୍ଦ୍ର ସାହୁ, ଭଗବାନ ଭୋଇ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.