csstore

କରମତଲା ହାଇସ୍କୁଲରେ ନୂତନ ପ୍ରଧାନ ଶିକ୍ଷକଙ୍କ ଯୋଗଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କରମତଲା ବୁଢାରଜା ହାଇସ୍କୁଲକୁ ନୂତନ ପ୍ରଧାନ ଶିକ୍ଷକ ଦୂତିକୃଷ୍ଣ ପଧାନ ଯୋଗଦାନ କରିଥିବା ବେଳେ ଅଭିଭାବକ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ହେବ ଏହି ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିଲା ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ତେବେ ପ୍ରଧାନ ଶିକ୍ଷକ ପୂରଣ ହେବା ପରେ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଅଭିଭାବକ । ସ୍କୁଲରେ ନୂତନ ପ୍ରଧାନ ଶିକ୍ଷକ ଯୋଗଦେବା ପରେ ଜଗଦିଶ ଚନ୍ଦ୍ର ମିଶ୍ର, ରାଧାରାଣି ଶତପଥୀ, ଦୀପାଞ୍ଜଳି ସାହୁ, ନିମାଇ ମନହିରା, ଅନୁବ୍ରତ ପ୍ରଧାନ, ତପନ ବାରିକ, ରାଧେଶ୍ୟାମ ବାଗ, ଶେଷ ବଗର୍ତ୍ତା, ପିତାମ୍ବର ବୁଡେକ, ଶିବା ବୁଡେକ ପ୍ରମୁଖ ଫୁଲ ତୋଡା ଦେଇ ସ୍ୱାଗତ ଜଣାଇଥିଲେ ।

jayashree
Leave A Reply

Your email address will not be published.