csstore

ଜରାସିଂହା କଲେଜରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ଵ ଗ୍ରହଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵଭାର ଗ୍ରହଣ କରିଛନ୍ତି ଅର୍ଥନୀତି ବିଭାଗର ପ୍ରାଧ୍ୟାପକ ଧୋବାଇ ଚରଣ ପଟେଲ । ଏହି ଅବସରରେ ପୂର୍ବତନ ଅଧ୍ୟକ୍ଷ ବସନ୍ତ ମନହିରା ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶ୍ରୀଯୁକ୍ତ ପଟେଲ ଦାୟିତ୍ଵ ଗ୍ରହଣ କରିବା ପରେ ବିଦ୍ୟାଳୟରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ଵ ଦେବା ନେଇ ମତ ପ୍ରକାଶ କରିଥିଲେ । ଏହି ବୈଠକରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଯେ, ଗତ ଶୁକ୍ରବାର ଦିନ ଅଧ୍ୟକ୍ଷ ବସନ୍ତ ମନହିରାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀଯୁକ୍ତ ମନହିରା ଦୀର୍ଘ ୩୫ବର୍ଷ ଧରି ବାଣିଜ୍ୟ ବିଭାଗର ଅଧ୍ୟାପକ ଓ ପରେ ପ୍ରାଧ୍ୟାପକ ଭାବରେ କାର୍ଯ୍ୟ କରିଥିଲେ । ସେ ତାଙ୍କର କାର୍ଯ୍ୟକାଳର ଶେଷ ୬ବର୍ଷ ଧରି ଅଧ୍ୟକ୍ଷଭାର ବହନ କରିଥିଲେ । ଶ୍ରୀଯୁକ୍ତ ମନହୀରାଙ୍କ ଅବସରକାଳୀନ ବୈଠକରେ ଅତିଥିଭାବରେ ଡି.ଏ.ଭି. ମହାବିଦ୍ୟାଳୟ ଟିଟିଲାଗଡ଼ର ଅଧ୍ୟକ୍ଷ ଗୋବିନ୍ଦ ମେହେର, ଜି.ପି.ଆର ମହାବିଦ୍ୟାଳୟ କୁନ୍ତରାର ଅଧ୍ୟକ୍ଷ ରଞ୍ଜନ ପାଣିଗ୍ରାହୀ, ବେଲପଡା ଡିଗ୍ରୀ ମହାବିଦ୍ୟାଳୟର ଇଂରଜୀ ପ୍ରାଧ୍ୟାପକ ଦୁର୍ବାଦଳ ଘିବେଲା, ଜି.ଭି.ଏଚ୍.ଏସ୍ ସ୍କୁଲ ବଲାଙ୍ଗିରର ଅଧ୍ୟାପିକା ଶୁଭଶ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.