csstore

ପୁଣି ବିଜେଡିକୁ ଘର ବାହୁଡ଼ିଲେ କ୍ଷମାସିଂ ନିଆଲ ଓ ତାଙ୍କ ସମର୍ଥକ

ନୂଆପଡା : ନୂଆପଡା ରାଜନୀତି ଉଷ୍ମତା ରହିଥିବା ବେଳେ ବିଜେଡିର କୋମନା ବ୍ଲକର ଆଗଧାଡ଼ିର ନେତା ତଥା ଯାଦବ ସମାଜର ମଜବୁତ ନେତା କ୍ଷମା ସିଂ ନିଆଲ କିଛି ଦିନ ପୂର୍ବରୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଜେପିର ବଡ଼ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । କିନ୍ତୁ ପୁଣି ତାଙ୍କର ଘର ବାହୁଡା଼ ହୋଇଛି । ନୂଆପଡା ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଏହି ପରିପେକ୍ଷୀରେ ମାତ୍ର କିଛି ଦିନର ବ୍ୟବଧାନରେ ପୁଣି ନିଜ ଘର ବିଜେଡିକୁ ପ୍ରତ୍ୟାବର୍ତନ କରିଛନ୍ତି କ୍ଷମା ସିଂ ନିଆଲ । ଗତକାଲି କୋମନା ଠାରେ ତାଙ୍କ ବାସଭବନରେ ବରିଷ୍ଠ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ବିଧାୟକ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ, ବିଜେଡି ରାଜ୍ୟ ସାଧରଣ ସମ୍ପାଦକ ମନୋଜ କୁମାର ମିଶ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ଉପସ୍ଥିତରେ ସେ ପୁଣି ବିଜେଡିକୁ ଫେରିଛନ୍ତି । ଏହାକୁ ନେଇ ନୂଆପଡା ରାଜନୀତି ସବୁଠାରେ ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ରାଜନୀତି କୋଉ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

jayashree
Leave A Reply

Your email address will not be published.