pakka

ଓୟୁଡବ୍ଲୁଜେର ନୂଆଁଖାଇ ଭେଟ୍‌ଘାଟ୍‌

bbehera

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଓୟୁଡବ୍ଲୁଜେର ନୂଆଁଖାଇ ଭେଟ୍‌ଘାଟ୍‌ ଏବଂ ସ୍ୱ ନକ୍ଷତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗ ଦେଇ ସାମ୍ବାଦିକମାନଙ୍କ ସମାଜରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ, ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଝସକେତନ ପ୍ରଧାନ, ସମ୍ମାନିତ ବକ୍ତା ଭାବେ ଦେବେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ସେହିପରି ସଂଘ ସଭାପତି ଆଶୁତୋଷ ରଥଙ୍କ ପୌାରାହିତ୍ୟରେ ଆୟୋଜିତ ସଭାରେ, ସମ୍ପାଦକ ବଳରାମ ଦୀପ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଉପସଭାପତି କିଶନ ଲାଲ ଅଗ୍ରୱାଲ ମଞ୍ଚାସୀନ ଥିଲେ । ଏହି ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନମାନଙ୍କ ପ୍ରତିନିଧିଙ୍କୁ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା । ସଭାକୁ ଗୋପବନ୍ଧୁ ପୁରୋହିତ ପରିଚାଳନା କରିଥିଲେ । ଶେଷରେ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

jay balangir
Leave A Reply

Your email address will not be published.

8 − 7 =