om academy

ଖାଗସାକନାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

jsm

ତରଭା, (ପୁସ୍ତମ୍ ଯୁଆଡି) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ମେଣ୍ଡା ଗ୍ରାମ ପଞ୍ଚାୟତର ଖଗସାକନା ଗ୍ରାମରେ ନୂଆଁଖାଇ ପାଳନ ଉପଲକ୍ଷେ ନୂଆଁଖାଇ ଭେଟଘାଟ-୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜକ ମାହେଶ୍ୱରୀ ପରିବାର ଗାଁରେ ମାରାଥନ, ପୁଚିଖେଳ, ବାଧା ଦୌଡ଼, ରଙ୍ଗୋଲି, ମ୍ୟୁଜିକ ଚେୟାର, ମାଠିଆ ଫଟା, ଅଖା ଦୌଡ଼ ଓ ନାଚ ଗୀତ ପ୍ରତିଯୋଗିତା ଆୟୋଜନ କରି କୃତି ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭିକାରୀଚରଣ ମେହେର, ସମ୍ମାନିତ ଅତିଥି ନନ୍ଦକିଶୋର ଝାଙ୍କର, ମୁଖ୍ୟ ବକ୍ତା ନରେନ୍ଦ୍ର ଝାଙ୍କର, ସଭାପତି ପ୍ରଶାନ୍ତ ପଧାନ ଯୋଗ ଦେଇଥିଲେ । ଏହା ସହିତ ମାହେଶ୍ୱରୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.