csstore

ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦର ନୂଆଁଖାଇ ଜୁହାର ଭେଟ୍‌ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ପଶ୍ଚିମ ଓଡିଶା ଦଳିତ ବିକାଶ ପରିଷଦ ତରଫରୁ ନୂଆଁଖାଇ ଜୁହାର ଭେଟ୍‌ ଉତ୍ସବ ସେକ୍ଟର ୬ ସ୍ଥିତ ବି ବ୍ଲକ ପଡିଆ ଠାରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୧୫ତମ ନୂଆଁଖାଇ ଜୁହାର ଭେଟ୍‌ ଉତ୍ସବରେ ଅତିଥି ଭାବେ ମନୋଜ ମହାନନ୍ଦ, ପ୍ରଫୁଲ୍ଲ ସୁନାନୀ, ସୁବ୍ରତ ପଟ୍ଟନାୟକ, ସୁନିଲ୍ କୟାଲ, ବିରଞ୍ଚି ନାରାୟଣ ପଟ୍ଟନାୟକ, କୁମାର ବେହେରା, ସନ୍ତୋଷ ତନ୍ତୀ, ସୁଜିତ ସ୍ୱାଇଁ, ଗୌରୀ ନାଗ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହା ଏକ କୃଷିଭିତ୍ତିକ ପର୍ବ ଓ ଏହା ପୂର୍ବ ଓଡିଶାର ରଜ ଉତ୍ସବ ଭଳି ପଶ୍ଚିମ ଓଡିଶାର ଗଣପର୍ବ ବୋଲି ମତ ରଖିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ବିଶି କହିଲେ ଯେ, ନୂଆଁଖାଇ ଏକ ଭାଇଚାରା ତଥା ପଶ୍ଚିମ ଓଡିଶାର ସାଂସ୍କୃତିକ ଓ ଗଣପର୍ବ । ସମସ୍ତଙ୍କ ମଧ୍ୟରେ ଭାଇଚାରା, ସହାବସ୍ଥାନ ଓ ଶାନ୍ତି ପ୍ରତିଷ୍ଠା ଏହାର ଲକ୍ଷ୍ୟ । କାର୍ଯ୍ୟକାରୀ ସଭାପତି ପରମାନନ୍ଦ କୁମ୍ଭାରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଦୁର୍ଗା ତନ୍ତୀ, ବ୍ୟାସ ନାଥ, ଜୟିଲାଲ କୁମ୍ଭାର, ବଳିରାମ ନନ୍ଦ ଓ କୁମାରୀ ନାଗ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ କଳାହାଣ୍ଡିର ପ୍ରଖ୍ୟାତ କଳାକାର ସର୍ବେଶ୍ୱର ଭୋଇଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଗାୟକ ଆଶିଷ କୁମାର, ରିଙ୍କୁରାଜ, ସୁମି ବାଗ୍ ପ୍ରମୁଖ ସମ୍ବଲପୁରୀ ସଂଗୀତ ପରିବେଷଣ କରିଥିଲେ । ପ୍ରାରମ୍ଭରେ ଅତିଥି ଓ ସଭ୍ୟମାନେ ମା’ ସମଲେଇଙ୍କୁ ପୂଜାର୍ଚ୍ଚନା ପରେ ପ୍ରାକ୍ତନ ସଭ୍ୟ ରଘୁମଣି ସିକାଙ୍କ ବିୟୋଗରେ ଏକ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମଧ୍ୟରେ ଶିବପ୍ରସାଦ ନନ୍ଦ, ଭକ୍ତ ନନ୍ଦ, ପ୍ରଭାକର କୁମ୍ଭାର, ଗାଡୁ ବାଗ, ନରହରି ଦୀପ୍, ଜଗବଂଧୁ ନନ୍ଦ, ମହେଶ୍ୱର ନାଗ, ଶିବ ସୁନା, ଭକ୍ତ ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.