csstore

ଗଙ୍ଗାସାଗରରେ କୋଶଳିଆ ମାଳି ସମାଜ ନୂଆଁଖାଇ ଭେଟ୍‌ଘାଟ୍‌

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ପଞ୍ଚାୟତ ଗଙ୍ଗାସାଗର ଗ୍ରାମ ଠାରେ କୋଶଳିଆ ମାଳି ସମାଜର ଇଷ୍ଟ ଦେବ କୋଶଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ମାଳି ସମାଜର ନୂଆଖାଇଁ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି କାର୍ତ୍ତିକ ପୁଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି, ତ୍ରିପାଠି ପୁଟେଲ, ଉପସଭାପତି ସୁବାଷ ପୁଟେଲ, ଜିଲ୍ଲା କୋଷାଧ୍ୟକ୍ଷ ସୁନାରାମ ପୁଟେଲ, ରାଜ୍ୟ କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ପୁଟେଲ, ସଚିବ ଅଭୟ ପୁଟେଲ, ପାଟଣାଗଡ ଅଞ୍ଚଳ ସଭାପତି ଶେଷଦେବ ପୁଟେଲ, ସଂପାଦକ ଦୁଃଶାସନ ପୁଟେଲ, ସହ ସଂପାଦକ ଜୟରାମ ପୁଟେଲେ ଉପସଭାପତି ବଲ୍ଲଭ ପୁଟେଲେ, ଶରତ ପୁଟେଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋଶଳିଆ ମାଳି ସମାଜର ଅର୍ଥନୈତିକ, ସ୍ୱାସ୍ଥ୍ୟ, ଶିକ୍ଷା ସହ ସମାଜର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମାଜରକୁ ନିଜସ୍ୱ ପାଣ୍ଠିରୁ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ । ପରେ ଏକ ନୂତନ ପରିଚାଳନା କମିଟି ଗଠନ କରାଯାଇଥିଲା । ଏଥିରେ ସମାଜ ବିଭିନ୍ନ ସ୍ତରର କର୍ମକର୍ତ୍ତା ସଦସ୍ୟଙ୍କ ସହ ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ । ସଂପାଦକ ଦୁଃଶାସନ ପୁଟେଲ ସଭା ପରିଚାଳନା କରିଥିବା ବେଳେ ଜୟରାମ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.