pakka

ଜୁହାର ପରିବାରର ୨୩ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ

bbehera

ସମ୍ବଲପୁର : ପ୍ରବାସୀ ଓଡିଆଙ୍କ ଦେଶର ଆଇଟି ସହର ବାଙ୍ଗାଲୁରୁରେ ଥିବା ଜୁହାର ପରିବାର ପକ୍ଷରୁ ୨୩ତମ ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମା’ ସମଲେଶ୍ୱରୀଙ୍କୁ ପୂଜାର୍ଚ୍ଚନା ସହିତ ଆରମ୍ଭ ଏହି ଉତ୍ସବରେ ବାଙ୍ଗାଲୁରୁ ସେନ୍ଟ୍ରାଲର ସାଂସଦ ପି.ସି. ମୋହନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଓଡ଼ିଶା ରାଜ୍ୟ ଭାଜପା ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । କରୋନାର ୨ ବର୍ଷ ଅନ୍ତରାଳ ପରେ ଆୟୋଜିତ ଏହି ଭବ୍ୟ ଉତ୍ସବରେ ପ୍ରାୟ ୩ ହଜାର ପ୍ରବାସୀ ଓଡିଆଙ୍କ ସମାଗମ ହୋଇଥିଲା । ଏହି ଅବସରରେ ସମ୍ବଲପୁରୀ ଏବଂ କର୍ଣ୍ଣାଟକର ସଂସ୍କୃତିର ସମ୍ମିଶ୍ରଣ କରାଯାଇଥିବା ବେଳେ ୧ ଶହ କଳାକାର ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମରେ ରୁକୁ ସୁନା, ଭାରତ ଗୌରବ ଦାଶ ଓ ଦଳ, ଭବାନୀପାଟନାର ପ୍ରତିଭା ଅନୁଷ୍ଠାନଙ୍କ ସମେତ ସମ୍ବଲପୁରୀ ଫେସନ ଡିଜାଇନର ସମୀତ କର ଓ ଅନ୍ୟ କଳାକାରମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ । ପଶ୍ଚିମ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଅନୁଷ୍ଠାନର ସଭାପତି ଶୋଭନ ଦାଶ, ଉପସଭାପତି ପ୍ରିୟ ନାୟକ, ସଚିବ ସତ୍ୟଜିତ ଚଇନିଙ୍କ ସମେତ ସମସ୍ତ ସଦସ୍ୟ ଓ ସଦସ୍ୟା ସକ୍ରିୟ ଭୂମିକା ନିର୍ବାହ କରିଥିଲେ ବୋଲି ଗଣମାଧ୍ୟମ ସଂଯୋଜକ ସୁଦୀପ୍ତ ପଣ୍ଡା ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

fifteen − ten =