pakka

ଭୟାବହ ସଡକ ଦୁର୍ଘଟଣା : ବାଇକ୍‌କୁ ପିଟିଲା କାର୍, ପୋଲ ତଳକୁ ଛିଟ୍‌କି ପଡ଼ିଲେ ଦମ୍ପତି

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରସୁଲଗଡ଼ ଓଭରବ୍ରିଜ୍‌ ଉପରେ ଏକ ଭୟାବହ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାରେ ଏକ ଦମ୍ପତ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦମ୍ପତିଙ୍କ ଘର କଟକରେ । କିନ୍ତୁ ସେମାନେ ଫୁଲନଖରା ପାଖରେ ଭଡ଼ାଘରେ ରହୁଛନ୍ତି । କୌଣସି ଏକ କାମରେ ସ୍ୱାମୀ ସ୍ତ୍ରୀ ବୁଧବାର ଅପରାହ୍ନରେ ବାଇକ୍‌ ଯୋଗେ ବାଣୀବିହାର ଆସିଥିଲେ । ରାତି ସାଢ଼େ ୧୦ଟା ବେଳେ ଉଭୟେ ବାଇକ୍‌ରେ ଫୁଲନଖରା ଅଭିମୁଖେ ଯାଉଥିଲେ । ପେଟ୍ରୋଲ ଟାଙ୍କି ସାମ୍ନା ଓଭରବ୍ରିଜ୍‌ ଉପରେ ତାଙ୍କ ବାଇକ୍‌କୁ ପଛ ପଟୁ ଏକ କାର(ଓଡି୦୨ବିୟୁ ୬୮୫୭) ଦୃତ ଗତିରେ ଆସି ଧକ୍କା ଦେଇଥିଲା । ଫଳରେ ବାଇକ୍‌ ସହ ଉଭୟେ ଛିଟ୍‌କି ଯାଇ ଓଭରବ୍ରିଜ୍‌ ବାଡ଼ ଡେଇଁ ପେଟ୍ରୋଲ ଟାଙ୍କି ସାମ୍ନା ସର୍ଭିସ ରାସ୍ତାରେ ପଡିିଥିଲେ । ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ସ୍ତ୍ରୀଙ୍କ ଗୋଡ଼ ଭାଙ୍ଗି ଯାଇଛି । କ୍ୟାପିଟାଲ ହସ୍ପିଟାଲରେ ଉଭୟେ ଚିକିତ୍ସିତ ଅଛନ୍ତି । ଘଟଣାସ୍ଥଳରୁ କାର, ବାଇକ୍‌ ଜବତ କରାଯାଇଛି । ଉଭୟଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଛି ।

jay balangir
Leave A Reply

Your email address will not be published.

13 − 5 =