pakka

ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ

bbehera

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅଁଳାବେରେଣୀ ଗ୍ରାମ ଜୁଆଙ୍ଗ ସାହିରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଖରୀରେ ସାଙ୍ଗମାନଙ୍କ ସହ ଗାଧୋଉଥିବା ବେଳେ ବୁଡ଼ିଯାଇ ନାବାଳକଙ୍କ ମୃତ୍ୟୁ । ମୃତ ନାବାଳକ ଜଣଙ୍କ ହେଲେ ଉକ୍ତ ଗ୍ରାମ ଜୁଆଙ୍ଗ ସାହିର ବିଭୁତି ପ୍ରଧାନଙ୍କ ୧୦ ବର୍ଷର ପୁଅ ପ୍ରଭାକର ପ୍ରଧାନ । ସୂଚନା ମୁତାବକ, ପ୍ରଭାକର ଆଜି ସକାଳ ପ୍ରାୟ ୮ ଟା ବେଳକୁ ସାଙ୍ଗମାନଙ୍କ ସହ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପ୍ରଭାକର ବୁଡିଯାଇଥିଲେ । ସାଙ୍ଗମାନେ ତୁରନ୍ତ ଘରଲୋକଙ୍କୁ ଖବର ଦେଇଥିଲେ । ଘର ଲୋକେ ପହଞ୍ଚି ପ୍ରଭାକରଙ୍କୁ ଉଦ୍ଧାର କରି ଅଁଳାବେରେଣୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ପ୍ରଭାକରଙ୍କୁ ମୃତ ଘୋଷଣା କରିଛନ୍ତି ।

jay balangir
Leave A Reply

Your email address will not be published.

4 × one =