pakka

ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ହିନ୍ଦୀ ଦିବସ ପାଳିତ

bbehera

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଓଡ଼ିଶା ଆର୍ଦଶ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପଲକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରିବା ସହ ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ । ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷା ସରୀତାରାଣୀ ସାହୁ ହିନ୍ଦୀ ଦିବସ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ପ୍ରିୟରଞ୍ଜନ ଭାରତୀ ସଭା ପରିଚାଳନା କରିବା ସହ ମନୁଷ୍ୟ ଜୀବନରେ ହିନ୍ଦୀ ଭାଷାର ଆବଶ୍ୟକତା ବିଷୟରେ ବୁଝାଇଥିଲେ । ଶେଷରେ ପିଲାମାନଙ୍କୁ ନେଇ ହିନ୍ଦୀ ଭାଷାରେ ପ୍ରତିଯୋଗିତା କରାଯାଇଥିଲା । ଏଥିରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

jay balangir
Leave A Reply

Your email address will not be published.

6 + 12 =