ନାରଦ ଟୁଙ୍ଗି ଅନୁଷ୍ଠାନର ଶୁଭ ଉଦ୍‌ଘାଟନ ସମାରୋହ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଦେଉଳବେଡା ସ୍ଥିତ ଡିସିଆଇ କ୍ଲବଠାରେ ନାରଦ ଟୁଙ୍ଗି ଅନୁଷ୍ଠାନର ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୌଭାଗ୍ୟ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସୂର୍ଯ୍ୟମଣି ମିଶ୍ର, ସମ୍ମାନିତ ଅତିଥି ଭାବେ ଟିଟିପିଏସ୍‌ର ମହାପ୍ରବନ୍ଧକ (ପ୍ରକଳ୍ପ) ଆର.କେ.ସିଂ, ମାନବ ସମ୍ବଳ ବିଭାଗର ମୁଖ୍ୟ ରୋହିତ କୁମାର, ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ଆଇନ୍‌ଜୀବୀ ପେସ୍କାର ଗଡନାୟକ, ନ୍ୟୁଜ୍ ଓଡିଆର ସଂପାଦକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଜଗନ୍ନାଥଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ କହିଲେ ଯେ, ପୌରାଣିକ ଯୁଗରେ ପ୍ରତ୍ୟେକ ଜାଗାରେ କୌଣସି ସମସ୍ୟା ଆସିଲେ ତାହାର ସମାଧାନ ପାଇଁ ନାରଦ ମହର୍ଷିଙ୍କ ପାଖକୁ ଦେବତା ଓ ଦାନବମାନେ ଆସିଥାନ୍ତି । ସେହିଭଳି ବର୍ତମାନ ଯୁଗରେ ପ୍ରକୃତ ସାମ୍ବାଦିକତା କରିବାକୁ ହେଲେ ନାରଦଙ୍କ ବାଣୀରେ ଅନୁପ୍ରାଣୀତ ହୋଇ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କଲେ ସମାଜର ମଙ୍ଗଳ ହେବା ସହ ଆଗାମୀ ଯୁବ ପିଢ଼ୀ ସଚେତନ ହେବା ସହ ଏକ ପରିବର୍ତନ ଧାରାରେ କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ କ୍ଷେତ୍ରରେ ଦେବୀ ମିଶ୍ର, କରୁଣାକର ସାମଲ, ମନିଲ ମହାରଣା, ସମରେସ୍ ନାଥ, ଭାଗିରଥି ସାହୁ, ସମାଜସେବା ଓ ବୃକ୍ଷ ରୋପଣ କ୍ଷେତ୍ରରେ କେ.ଆର.ଏଟଂରପ୍ରାଇଜର୍ସ, ଶିଳ୍ପଦ୍ୟୋଗୀ ସୁବାସଚନ୍ଦ୍ର ପ୍ରଧାନ, କ୍ରୀଡା କ୍ଷେତ୍ରରେ ବିଜିତ୍ କୁମାର ଗଡନାୟକ, କୃଷି କ୍ଷେତ୍ରରେ ଶ୍ରୀପତି ପ୍ରଧାନ, ସୁନ୍ଦର ପରିବେଶ ସୃଷ୍ଠି କରିବା କ୍ଷେତ୍ରରେ ଏନ୍‌.ଟି.ପି.ସି./ଟିଟିପିଏସ୍‌, ତାଳଚେର ଏମ୍‌.ସି.ଏଲ୍‌.ର ଲିଙ୍ଗରାଜ କ୍ଷେତ୍ର ଓ ଜଗନ୍ନାଥ କ୍ଷେତ୍ର ଏବଂ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରକୁ ବେଷ୍ଟ ସି.ଏସ୍‌.ଆର. ଆୱାର୍ଡ ଦିଆଯିବା ସହ ଶରୀର ସୁସ୍ଥ ପାଇଁ ଯୋଗ ଶିକ୍ଷୟିତ୍ରୀ ରୂପାଲୀ ମହାନ୍ତି, ଜ୍ୟୋତିଷ ବିଶାରଦ ଗିରୀଶ ଚନ୍ଦ୍ର ମିଶ୍ର, ଗାଳ୍ପିକା ରଞ୍ଜିତା ରାଉଳ, ଉଦ୍ୟୋଗୀ ବ୍ୟବସାୟୀ ବସନ୍ତ ସାହୁ, ଆଶୁତୋଷ ଦାସ, ବାଳକୃଷ୍ଣ ରାଉତ ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକ ଧିର ମୋହନ ରାୟ ଅତିଥି ପରିଚୟ ଓ ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ନିର୍ଦ୍ଦେଶକ ଚିତରଂଜନ ଗଡନାୟକ, ସୟଦ ଜୁଲ୍‌ଫିକର ହୁସେନ୍‌, ବିଭୁତି ସାହୁ, ଚନ୍ଦ୍ର ଶେଖର ସାହୁ, ମନୋରଂଜନ ଦାସ, ଜନ ସଂପର୍କ ଅଧିକାରିଣୀ ସଂଗୀତା ପ୍ରିୟଦର୍ଶୀନି, ସୋସିଆଲ୍ ମିଡିଆ ଦାୟିତ୍ୱ ବାସୁଦେବ ପ୍ରଧାନ, ଏନ୍‌.ତ୍ରିଲୋଚନ, ବାପୁଜୀ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାଧାରଣ ସଂପାଦକ ମଦନ ମୋହନ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

two × two =