pakka

ଷଡ ବଂଶୀୟ ଗୋଁଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଷଡ ବଂଶୀୟ ଗୋଁଡ ସମାଜ ବିକାଶ ପରିଷଦ ତରଫରୁ ଗତକାଲି ଲୋଇସିଂହାରେ ସଭାପତି ବିରବର ଧରୁଆଙ୍କ ସଭାପତିତ୍ୱରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାରେ ଅଖିଳ ଭାରତୀୟ ଗୋଁଡୱାନା ଗୋଁଡ ମହାସଭାର କର୍ମକର୍ତ୍ତାମାନଙ୍କ ଦ୍ଵାରା ଗୋଣ୍ଡ ସମାଜ ପ୍ରତି ଉଦାସୀନତା ମନୋଭାବ, ରାଜନୈତିକ କରଣ, ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବାର ସମ୍ଭାଷଣ, ବିଭିନ୍ନ ଜିଲ୍ଲାରେ ଅନ୍ୟ ସମ୍ପ୍ରଦାୟର ଲୋକମାନଙ୍କୁ ଗୋଁଡ ଜାତିରେ ମିଶ୍ରଣ, ସମାଜର ଲୋକମାନଙ୍କୁ ପ୍ରଲୋଭନ ଦେଖାଇ ଶୋଷଣ ଏବଂ ତାଙ୍କର ଭିତ୍ତିହୀନ କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା । ଷଡ ବଂଶୀୟ ଗୋଁଡ ସମାଜକୁ କିପରି ଦୃଢିଭୁତ କରାଯିବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସଭାରେ ଜଗଦୀଶ ଧରୁଆ, ସେବାକର ମଲ୍ଲିକ, ମକରଧ୍ୱଜ ଧରୁଆ, ବିଘ୍ନରାଜ ଧରୁଆ, ରିସପାଲ ଧରୁଆ, ରଜନୀକାନ୍ତ ଭୋଇ, ଐବଲ୍ୟ ଛତ୍ରିଆ ତଥା ଅନ୍ୟାନ୍ୟ ବହୁ ବ୍ୟକ୍ତି ଏବଂ ସମାଜର ମା’ ଓ ଭଉଣୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

three × four =