pakka

ବଲାଙ୍ଗିର ସିନିୟର ନକ ଆଉଟ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ନବମ ଦିବସ

bbehera
  • ସାଇଟ ସ୍ପୋର୍ଟ୍ସ ସୋସାଇଟି, କୁଶଙ୍ଗ, କାଲସାଏପାଲି, ଏନ୍‌ଏସ୍‌ ସ୍ପୋଟିଂ, ଖୁଣ୍ଟ ସମଲେଇ, ହାତୀସରା ଓ ଜିଏସ୍‌ପି ଟିଟିଲାଗଡ ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ପଲ୍ଲିଶ୍ରୀ ଷ୍ଟଡିୟମ ସଦାଇପାଲିଠାରେ ସାଇଟ ସ୍ପୋର୍ଟ୍ସ ସୋସାଇଟି ସଦାଇପାଲି ୫-୧ ଗୋଲରେ ଚନ୍ଦନଭାଟିକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ ଓ ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଯୋଗ ଦେଇଥିଲେ । ରେଫରି ସଂଜୀବ ମହାରଣା, ସୁଦର୍ଶନ ସେଠ, ସୁଧାଂଶୁ ସେଠ ଓ ସୁନିଲ ଚନ୍ଦ୍ର ବିଶ୍ୱାଲ ଖେଳ ପରିଚାଳନା କରିଥିଲେ । ଖୁଜେନପାଲି ପଡିଆରେ ଏନ୍‌ଏସ୍‌ ସ୍ପୋଟିଂ ବଲାଙ୍ଗିର ୧-୦ ଗୋଲରେ ଖଲିଆପାଲି ଜେଏସ୍‌କୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ବରକାନି ସରପଂଚ ବଳଦେବ ସାହୁ, କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର ଓ ବରିଷ୍ଠ ସଦସ୍ୟ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ରେଫରି ଭାବରେ ସୁଦୟ ବାରିକ, ଶ୍ରବଣ ବାଗ, ନରସିଂସ୍ୱାମୀ ନାଇଡୁ ଓ ଜିତୁ ଦଲାଇ ଦାୟିତ୍ୱ ତୁଳାଇଥିଲେ । ଜରାସିଂହା ପଡିଆରେ ହାତୀସରା ଟ୍ରାଇବ୍ରେକର ୪-୧ ଗୋଲରେ ବର୍ଲାକୁ ହରାଇ ବିଜୟୀ ହୋଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ହାତୀସରା ସମିତି ସଭ୍ୟ ବିଶ୍ୱଜିତ ପାତ୍ର ଯୋଗ ଦେଇଥିଲେ । ରେଫରି ଭାବରେ ସଞ୍ଜନ କୁଦେଇ, କୈ÷ଳାସ କର୍ତ୍ତି, ଲକ୍ଷ୍ମୀଧର ମହାନ୍ତି ଓ ଶ୍ରୀବତ୍ସ ମେହେର ଖେଳ ପରିଚାଳନା କରିଥିଲେ । ତୁର୍ଲା (ଟିଟିଲାଗଡ) ପଡିଆରେ ଜିଏସ୍‌ପି ଟିଟିଲାଗଡ ୪-୧ ଗୋଲରେ ଖୋଲାନକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ ପୂର୍ବତନ ଖେଳାଳି ସୁନିଲ ଭୋଇ ଓ ସଦାନନ୍ଦ ନାଏକ ଯୋଗ ଦେଇଥିଲେ । ରେଫରି ଭାବରେ ଲବ ସୁନାନି, ଯଶୋବନ୍ତ ମାଝି, ରାଜେଶ ସ୍ୱାଇଁ ଓ ମୋହନ ପ୍ରଧାନୀ ଦାୟିତ୍ୱ ତୁଳାଇଥିଲେ । ପାଟଣାଗଡ ପଡିଆରେ ଖୁଣ୍ଟସମଲେଇ ଟ୍ରାଇବ୍ରେକର ୩-୨ ଗୋଲରେ ଭରୁଆମୁଣ୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ଦିଗାମ୍ବର ଜିମ୍ନାସିୟମର ଦିଗାମ୍ବର ମହାଲିଙ୍ଗ ଯୋଗ ଦେଇଥିଲେ । ଖେଳକୁ ଖୁସିରାମ ମଲ୍ଲିକ, ତ୍ରିନାଥ ଚନ୍ଦନ, ଚୈତନ୍ୟ ସାହୁ ଓ ବିକି ବିଶି ପରିଚାଳନା କରିଥିଲେ । ମିଶନ ପଡିଆରେ କାଲସାଏ ପାଲି ୫-୦ ଗୋଲରେ ଜନକପୁରକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ କ୍ରୀଡା ସଂସଦ ଯୁଗ୍ମ ସଂପାଦକ ଶତୃଘନ ସିଂ ଓ କ୍ରୀଡା ସଂଗଠକ ସୁବୋଧ କୁମାର ବାଗ ଯୋଗ ଦେଇଥିଲେ । ରେଫରି ଭାବେ ଦେବାଶିଷ ବାଗ, ଅବଦୁଲ ମୁଜିବ, ଶୁଶାନ୍ତ କୁମାର ନାଗ ଓ ବୈକୁଣ୍ଠ ଜେନା ଖେଳ ପରିଚାଳନା କରିଥିଲେ । ଲୋଇସିଂହା ଷ୍ଟାଡିୟମଠାରେ ଅନୁଷ୍ଠିତ ଖେଳରେ କୁଶଙ୍ଗ ୧-୦ ଗୋଲରେ ଖଲିଆପାଲି ଏଚ୍‌ଆରଡିଏକୁ ହରାଇ ଗୃପ ଚମ୍ପିୟାନ ହୋଇଛି । ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲିପ କୁମାର ବେହେରା ଯୋଗ ଦେଇଥିଲେ । ଖେଳକୁ ଅଞ୍ଜନ ବେସ୍ରା, ବିଜୟ ରଣା, କରୁଣା ପ୍ରଧାନ ଓ ଜିତେନ୍ଦ୍ର ପାତ୍ର ପରିଚାଳନା କରିଥିଲେ ।

Leave A Reply

Your email address will not be published.

1 × three =