pakka

ନୂଆଁଖାଇ ଜୁହାର ଭେଟ୍‌-୨୦୨୨ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ କୁଡାସିଂହା ଠାରେ ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ମହାସମାରୋହରେ ନୂଆଁଖାଇ ଜୁହାର ଭେଟ୍‌ – ୨୦୨୨ ପାଳିତ ହୋଇଯାଇଛି । ସକାଳୁ ପଞ୍ଚାୟତସ୍ତରୀୟ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଯେଉଁଥିରେ ବିଚାରକ ଭାବେ ହରେକୃଷ୍ଣ ସାହୁ, ଶ୍ୟାମସୁନ୍ଦର ଦାସ ଏବଂ ନୂତନ ସେଠ ମଞ୍ଚାସୀନ ଥିଲେ ଏବଂ ଅଧ୍ୟାପକ ନିତ୍ୟାନନ୍ଦ ସିର୍ଦ୍ଦାର ପରିଚାଳନା କରିଥିଲେ । ଏଥିରେ ସବ୍ ଜୁନିୟର ଗୀତ ବିଭାଗରେ ଆରୁଷି ପୁଟେଲ, ଡିଲେଶ୍ଵର ସିର୍ଦ୍ଦାର, ଦୀପକ ପାତ୍ର ସବ୍ ଜୁନିୟର ନାଚରେ ଅଙ୍କିତା ରାଉତ, ଦିନେଶ କୁମ୍ଭାର, ବିନାୟକ ଓ ଗୃପ, ଜୁନିୟର ଗୀତରେ ପ୍ରତିମା ପୁଟେଲ, ସୋନାଲି ପୁଟେଲ, ତୃଷ୍ଣାରାଣୀ ଛତ୍ରିଆ, ଜୁନିୟର ନାଚରେ ଅନୁପମା ବାଗ, ହେମନ୍ତ, ଶିବଶଙ୍କର ଓ ଗୃପ, ସିନିଅର ଗୀତରେ ଚନ୍ଦ୍ରିକା ବାଗ, ମଧୁମିତା ସିର୍ଦ୍ଦାର, ସସ୍ମିତା ଖମାରୀ ତଥା ସିନିଅର ନାଚରେ ମମତା ଓ ଗୃପ, ମିନତି ରାଉତ, ବର୍ଷା ମଲ୍ଲିକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ପୁରସ୍କୃତ ହୋଇଥିଲେ । ଅପରାହ୍ନ ୩ଟାରୁ ହୋଇଥିବା ସାଂସ୍କୃତିକ ସଭାରେ ସ୍ଥାନୀୟ ବିଧାୟକ ନରସିଂହ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ, ସମ୍ମାନିତ ଅତିଥି ଭାବେ ରଶ୍ମିରଞ୍ଜନ ମିଶ୍ର ଜିଲ୍ଲା ସଂସ୍କୃତି ଅଧିକାରୀ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ, ସାମ୍ବାଦିକ ପ୍ରଦିପ୍ତ ମିଶ୍ର, ଉମାକାନ୍ତ ଝାଙ୍କରଙ୍କ ସହ ଆୟୋଜକ କମିଟି ସଭାପତି ବିରଞ୍ଚି ପଧାନ ପ୍ରମୁଖ ମଞ୍ଚାସୀନ ଥିଲେ । ଆଜାଦିକା ଅମୃତ ମହୋତ୍ସବ ଅବସରରେ ବୁଢାଡଙ୍ଗର କଲେଜ ଛାତ୍ରୀମାନେ ଏକ ପ୍ରାରମ୍ଭିକ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ । ନୂଆଁଖାଇ ପର୍ବ ହେଉଛି ଆମର ଆଦି ପର୍ବ ତଥା ଏହାର ସଂରକ୍ଷଣ ପାଇଁ ଆମେ ଉତ୍ତର ଦାୟୀ ଏହା ଉପରେ ମୁଖ୍ୟ ବକ୍ତା ଆଲୋକପାତ କରାଇଥିଲେ । ଏହି ଅବସରରେ ସଂସ୍କୃତି ଓ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଂସ୍କୃତି ଗବେଷକ ବାସୁଦେବ ସା, ରେଶ୍ମାରାଣୀ ଦାଶ, କୋଶଲୀ କବି ଅର୍ଜୁନ ସାହୁ, ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ବଂଶୀଧର ଦାସ, ରାଜିନ୍ଦ୍ର ସାହୁ, ଧନଞ୍ଜୟ ପାଣିଗ୍ରାହୀ, ବରିଷ୍ଠ ରାବଣ ଭୂମିକାରେ ଅଭିନେତା ରାଧେଶ୍ୟାମ ସିର୍ଦ୍ଦାର, ମହିଳା ସଶକ୍ତିକରଣ ପାଇଁ ବୁଢାଡଙ୍ଗର ମହିଳା ସଂକୀର୍ତ୍ତନ ମଣ୍ଡଳୀ ତଥା ଉଲ୍ଲେଖନୀୟ ସମାଜସେବା ପାଇଁ ମାହେଶ୍ୱରୀ ସାମାଜିକ ସଂଗଠନକୁ ମାନପତ୍ର ସହ ସମ୍ମାନିତ କରାଯାଇଥିଲା । ସଭାକୁ ଡା. ଲଳିତ କୁମାର ସାହୁ ପରିଚାଳନା କରିଥିବା ବେଳେ ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଢୋଲମୂହୁରୀ କଳା ପରିଷଦ, ପୁଇଁତଲା ଏବଂ ସଙ୍ଗୀତ ସାଧନା, ଲୋଇସିଂହା ଦଳ ଲୋକନୃତ୍ୟ ପରିବେଷଣ କରିଥିଲେ । ପ୍ରକାଶ ସାହୁ, ରବିନ୍ଦ୍ର ସାହୁ, ଗଙ୍ଗାଧର ସାହୁ, ରାଧେଶ୍ୟାମ ପଥାଲ, ସୁରେଶ ସାହୁ, ବିଜୟ କୁମାର ସାହୁ, ଶିଶୁପାଳ ସାହୁ, ପ୍ରଦୀପ ସାହୁ, ଦିନବନ୍ଧୁ ସାହୁ, ବିଘ୍ନେଶ୍ୱର ସାହୁ, ସୁର ସାହୁ, ରାଜୁ ସାହୁ, ରମେଶ ସାହୁ, ପୁରୁଷୋତ୍ତମ ସାହୁ, ସରୋଜ ସାହୁ, ପରେଶ ସାହୁ, ପିଣ୍ଟୁ ସାହୁ, ଗୋବିନ୍ଦ ସାହୁ, ରିଣ୍ଟୁ ପଥାଲ, ଲୁଲୁ ସାହୁ, ଭକ୍ତ ପୁଟେଲ, କୁବେର ସାହୁ, ଆକାଶ ସାହୁ, ବାବୁଲୁ ସାହୁ, ସଞ୍ଜୟ ମାଝୀ ତଥା ମନୋଜ ଝାଙ୍କର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ହଜାର ସଂଖ୍ୟାରେ ଦର୍ଶକ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

17 − one =