pakka

ଉମରା ହଜ ପାଇଁ ମକ୍କା ମଦିନା ଅଭିମୁଖେ ନଅ ଜଣ ଯାତ୍ରୀ

ବରଗଡ, (ନିରୋଜ କୁମାର ପାଣୀ) : ମୁସଲମାନ ସମ୍ପ୍ରଦାୟର ୯ ଜଣ ମହିଳା ଏବଂ ପୁରୁଷଙ୍କ ଏକ ସମୂହ ସୋମବାର ସାଉଦିଆରବ ଦେଶର ମକ୍କା ଏବଂ ମେଦିନା ସରିଫ ଅଭିମୁଖେ ଉମରା ହଜ କରିବା ପାଇଁ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୂହ ପ୍ରଥମେ ବରଗଡ଼ ରେଲୱେ ଷ୍ଟେସନରୁ ବାହାରି ଦିଲ୍ଲୀ ପହଞ୍ଚିବା ପରେ ସେଠାରୁ ଆସନ୍ତା କାଲି ରାତ୍ରୀ ସମୟରେ ଦିଲ୍ଲୀରୁ ବିମାନ ମାଧ୍ୟମରେ ମକ୍କା ସରିଫରେ ପହଞ୍ଚିବେ ଏବଂ ସେଠାରେ ପହଞ୍ଚିବା ପରେ ସମସ୍ତ ଯାତ୍ରୀ ତାଙ୍କ ଦର୍ଶନ ଉପାସନା କାର୍ଯ୍ୟକ୍ରମ ଆରମ୍ଭ କରିବେ । ଉକ୍ତ ଯାତ୍ରୀମାନେ ହେଲେ ମହମ୍ମଦ ମକବୁଲ, ମହମ୍ମଦ ଆସ୍କଲାନି, ଶେଖ ଅମଜାଦ, ଅବଦୁଲ ଫହିମ, ରଜିଆ ବିବି, ନଜମା ସୁଲତାନା, ଶବନମ ବେଗମ୍, ନାହିଦ ପରବିନ, ଆଲିଆ ପରବିନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବା ପାଇଁ ବରଗଡ ରେଳୱେ ଷ୍ଟେସନରେ ମୁସଲମାନ ସମାଜର ଶହ ଶହ ପୁରୁଷ ଏବଂ ମହିଳା ଯୋଗଦାନ କରିଥିଲେ । ଏହି ଯାତ୍ରା ସଫଳ ହେବା ପାଇଁ ସମସ୍ତେ ଆଲ୍ଲାହାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏହି ଅବସରରେ ବରଗଡ଼ ସୁନ୍ନୀ ଜାମା ମସଜିଦ ସଭାପତି ଶେଖ ଅସଗର, ପୂର୍ବ ସଭାପତି ଅବ୍ଦୁଲ ଇବ୍ରାହିମ, ମୁଫ୍ତି ତଂଜୀଲ ଅହମଦ, ଏମଡି ଇକରାମ, ଏମଡି ରଫିକ, ଏମଡି ନିଜାମ, ଗୁଲାମ ରସୁଲ, ଗୁଲାମ ଗୋସ, ମହମ୍ମଦ ରଜା ଏବଂ ସମାଜର ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ରହିଥିଲେ । ଆଲ୍ଲା ସେମାନଙ୍କ ଯାତ୍ରାକୁ ସଫଳ କରନ୍ତୁ ଏବଂ ସେମାନଙ୍କ ହଜ ଏ ଉମରାକୁ ସ୍ୱୀକାର କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ ।

Leave A Reply

Your email address will not be published.

fifteen − eleven =