pakka

ଦୁଇ ଦିନିଆ ରାୟଗଡ଼ା ଗସ୍ତରେ ରାଜ୍ୟପାଳ

ରାୟଗଡ଼ା : ଦୁଇ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଏହି ଅବସରରେ ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଗତକାଲି ରାତିରେ ରାଜ୍ୟପାଳ ରାୟଗଡ଼ାଠାରେ ପହଞ୍ଚିଥିଲେ । ଆଜି ସକାଳୁ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମେ କୋଲନରା ବ୍ଲକ ଡେଙ୍ଗାସରଗି ଗ୍ରାମକୁ ଯାଇ ବିଭିନ୍ନ କୃଷି ଉତ୍ପାଦନ ଜମିକୁ ଯାଇଥିଲେ । ସେଠାରେ ମହିଳା ଚାଷୀଙ୍କ ସହିତ ଆଲୋଚନା କରିଥିଲେ । ସେହିଭଳି ଗ୍ରାମବାସୀଙ୍କ ସହିତ ଆଲୋଚନା କରି ସେମାନଙ୍କ ଅଭିଯୋଗ ଶୁଣିଥିଲେ । ଏତଦ୍ ବ୍ୟତୀତ ଡେଙ୍ଗାସରଗି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହାପରେ ଦେଓପୁର ଓ ସାରାବୁଗୁଡା ଗାଁ ଯାଇ ସେଠାରେ କୁକୁଡ଼ା ଫାର୍ମ ଓ ଛତୁ ଚାଷ ସ୍ଥାନ ବୁଲିଥିଲେ । ରାଜ୍ୟପାଳଙ୍କ ଗସ୍ତ ପାଇଁ ତତ୍ପର ହୋଇ ଉଠିଥିଲା ପ୍ରଶାସନ । ଶାନ୍ତି ଶୃଙ୍ଖଳା ସହିତ ସମସ୍ତ କାର୍ଯ୍ୟ ପରିଦର୍ଶନ ସମାପ୍ତ ହୋଇଛି । ରାଜ୍ୟପାଳ ଲୋକଙ୍କ ସହିତ ଆଲୋଚନା କରି ଖୁସି ପ୍ରକଟ କରିଥିଲେ । ଆଦିବାସୀଙ୍କୁ ଆଦି ଶକ୍ତି ବୋଲି ସମ୍ବୋଧିତ କରିଥିଲେ ରାଜ୍ୟପାଳ ।

Leave A Reply

Your email address will not be published.

15 − nine =