ପାଟଣାଗଡ ପ୍ରସିଦ୍ଧ ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ଚଳିତ ବର୍ଷ ଦଶହରା ପୂଜା ବଏଲ ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସୁଭଦ୍ରା ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ ଭାରପ୍ରାପ୍ତ ଉପଜିଲ୍ଲାପାଳ ଡ଼. ପୁଷ୍ପାଞ୍ଜଳି ପଣ୍ଡା ଅଧ୍ୟକ୍ଷତାରେ ଅନୁଷ୍ଠିତ ସାର୍ବଜନୀନ ଦୁର୍ଗାପୂଜାନୋତ୍ସବ ପ୍ରସିଦ୍ଧ ବଏଲ ଯାତ୍ରା ପ୍ରସ୍ତୁତି ବୈଠକରେ ଏସଡିପିଓ ଜ୍ୟୋତିମର୍ୟ ଭୁକ୍ତା, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରହରି ମହନ୍ତ ପ୍ରମୁଖ ଯୋଗ ଦେଇଥିଲେ । କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ଦଶହରା ପୂଜା ବନ୍ଦ ରହିଥିଲା, ଚଳିତ ବର୍ଷ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ସମ୍ଭାବନା ରହିଛି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ପାଇଁ ପୋଲିସ ମୁତୟନ କରିବାକୁ ମତ ପ୍ରକାଶ ପାଇଥିଲା । ପୂର୍ବ ପରମ୍ପରା ଅନୁସାରେ ବଏଲ ଯାତ୍ରା ଅନୁଷ୍ଠିତ ହେବା ସହ ଗୁପ୍ତ ବିଧି ପୂଜାର୍ଚ୍ଚନା ବ୍ୟତିତ ଅନ୍ୟ ସବୁ ପୂଜା ବିଧିକୁ ସର୍ବ ସାଧାରଣଙ୍କ ଦେଖିବା ପାଇଁ ଭିଡିଓ କାସ୍ଟିଂ ପାଇଁ ଅନୁମତି ଦିଆଯିବା ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଦ୍ୟୁତ ବିଭାଗ, ସ୍ଵାସ୍ଥ୍ୟ, ପାନୀୟ ଜଳ, ପୂଜା କମିଟି, ଦେହରୀ, ପୂଜକ, ଦେବୋତ୍ତର କମିଟି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ଅନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ତହସିଲଦାର ଡ. ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ପରିଚାଳନା କରିଥିଲେ ।

Leave A Reply

Your email address will not be published.

3 × three =