csstore

ନୂଆଁଖାଇ ପର୍ବ ତିଆରିଛି ଏକତା

  • ଦେଓଗାଁ ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ଦିନ ଦେଓଗାଁ କଛାରପାଲି ସାହୁପଡ଼ାର ସେଲମା ବଂଶର ୧୫ତମ ସାମୁହିକ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି । ୨୦୦୭ ମସିହାରେ କଛାରପାଲି ଗୌନ୍ତିଏନ ଶ୍ରୀମତୀ କିଶୋରୀ ଦେବୀଙ୍କ ଦେହାନ୍ତ ପରେ ସେଲମା ବଂଶର ଭାଇମାନେ ପ୍ରାୟ ଶହେରୁ ଅଧିକ ସଭ୍ୟ ଏକତ୍ରିତ ହୋଇ ତାଙ୍କୁ ଶୁଦ୍ଧ କାମରେ ସହଯୋଗ କରି ୨୦୦୮ ମସିହାରୁ ଗୌନ୍ତିଆ ଭକ୍ତ ଚରଣ ସାହୁଙ୍କ ନେତୃତ୍ୱରେ ନୂଆଁଖାଇ ପର୍ବ ପାଳନ କରି ଆସୁଛନ୍ତି । ପ୍ରାୟ ୧୫ଟି ପରିବାରର ଶହେରୁ ଅଧିକ ଆବାଳ ବୃଦ୍ଧ ବନୀତା ଏକତ୍ରିତ ହୋଇ ପାରମ୍ପାରିକ ନୂଆଁ ଅନ୍ନ ଭକ୍ଷଣ ଦେବା ଦେବୀଙ୍କୁ ଅର୍ପଣ କରିବା ପରେ ନୂଆଁଖାଇ କଛାରପାଲି ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ ପରେ ପ୍ରତ୍ୟେକ ପରିବାରରୁ ପ୍ରତ୍ୟେକ ସଭ୍ୟ ଯାଇ ଦିଅଁ ଦର୍ଶନ କରିବା ପୂର୍ବରୁ ପରମ୍ପରା ରହିଛି । ଗତ ୧୫ ବର୍ଷ ପୂର୍ବରୁ ଯଦିଓ ବଂଶର ଭାଇମାନଙ୍କ ମଧ୍ୟରେ କିଛି କିଛି ମନାନ୍ତର ଥିଲା ସାମୁହିକ ନୂଆଁଖାଇ ଦିନରୁ ଅନେକ ମତ ମନାନ୍ତର ଦୂରେଇ ଦେଇଥିବା ପରିବାରର ସଭ୍ୟମାନେ ଅନୁଭବ କରୁଛନ୍ତି । କେବଳ ନୂଆଁଖାଇ ପାଳନ ନୁହେଁ ପରବର୍ତ୍ତି ଦିନ ପ୍ରତ୍ୟେକଙ୍କ ସାମାଜିକ କାର୍ଯ୍ୟକ୍ରମରେ ସହଯୋଗ ବଢ଼ିଛି ବୋଲି କହିଛନ୍ତି । ଏକ ନୂଆଁଖାଇ ନୁହେଁ ସାମୁହିକ ବାସୀ ପାଳନ କରିବା ଏକ ପରମ୍ପରା ରହିଛି । ଏହି କାର୍ଯ୍ୟକ୍ରମରେ ଦୂର ଦରାନ୍ତରରେ ଥିବା ପରିବାର ସଦସ୍ୟମାନେ ଉପସ୍ଥିତ ରହି ଉତ୍ସବକୁ ଅଧିକ ସୁନ୍ଦର କରିଥାନ୍ତି ।

jayashree
Leave A Reply

Your email address will not be published.