jayashree

ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଗଠିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ ) : ମାନବ ସେବା ହିଁ ମାଧବ ସେବା । ଏହି ମହତ୍ ବାଣୀକୁ ନେଇ ରାମପୁରର ଭବାନୀ ପାଲିଠାରେ ଏକ ନୂଆ ଯୁବ ସ୍ୱେଚ୍ଛାସେବୀ ସଂଗଠନ ଆନୁଷ୍ଠାନିକ ଭାବେ ଗଠିତ ହୋଇଯାଇଛି । ମହାନଦୀ ଯୁବ ସଂଗଠନ ଓ ସାମାଜିକ ଉନ୍ନୟନ ନାମରେ ପ୍ରତିଷ୍ଠିତ ଏହି ସାମାଜିକ ଅନୁଷ୍ଠାନ ବିନିକା-ଡୁଙ୍ଗୁରିପାଲି ତଥା ରାମପୁର ଅଂଚଳର ସମାଜ ଉନ୍ନୟନ ସହ ମାନବ ସେବାରେ ବ୍ରତୀ ରହି କାର୍ୟ୍ୟ କରିବ ବୋଲି ଲକ୍ଷ୍ୟ ରଖିଛି । ତେବେ ପ୍ରଥମ ଦିନରେ ରାମପୁର ଅଂଚଳରେ କରୋନା ସଂପର୍କୀତ ଜନ ସଚେତନତା ସୃଷ୍ଟି ସହିତ ରାସ୍ତାଘାଟର ସମୂହ ସଫେଇ କାର୍ୟ୍ୟ କରାଯାଇଛି ।

ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ସେବା ସଂଗଠନର ଉଦଘାଟନୀ ସମାରୋହରେ ଅତିଥି ଭାବେ ସମାଜସେବୀ କ୍ଷୀର ସାଗର ବିଭାର, ମୋହନ ପଧାନ ପ୍ରମୁଖ ଯୋଗଦେଇ ଯୁବ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ । ଧନେଶ୍ୱର ସାହୁଙ୍କ ସଂଯୋଜନାରେ ନବ ଗଠିତ ସେବା ସଂଗଠନରେ ଅଂଚଳର ୩୦ରୁ ଅଧିକ ଯୁବ ସ୍ୱେଚ୍ଛାସେବୀ ନିଜକୁ ସାମିଲ କରିଥିବାବେଳେ ଅଂଚଳର ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ତେବେ ଆଗକୁ ଏହାର ସେବା ପରିସରକୁ ସାରା ପଶ୍ଚିମ ଓଡିଶା ର ସମସ୍ତ ଭାଗକୁ ସଂପ୍ରସାରିତ କରାଯିବ ବୋଲି ସଂଗଠନ ତରଫରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.