ls

ଝିଅକୁ ମାଟି ମୁଠାଏ ବି ଦେବାକୁ ଦେଲେନି : ହାଥ୍‌ରସ୍‌ ପୀଡ଼ିତାଙ୍କ ମା’

2020

ଲଖ୍‌ନଉ : ସାରା ଦେଶରେ ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣାର ପୀଡ଼ିତାଙ୍କୁ ନ୍ୟାୟ ଦିଆଯିବାକୁ ଦାବୀ ହେଉଛି । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପୀଡ଼ିତାଙ୍କ ପରିବାରକୁ ନ୍ୟାୟ ଦିଆଯିବାକୁ କଥା ଦେଇଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କେତେକ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ବି କରି ସାରିଛନ୍ତି ସରକାର । ଆଜି ପରିବାରର ସମସ୍ୟଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ହେବାକୁ ମଧ୍ୟ ଅନୁମତି ମିଳିଛି । ତେବେ ଗଣ ଦୁଷ୍କର୍ମର ପୀଡ଼ିତାଙ୍କ ମା’ ଏକ ଜାତୀୟ ଗଣମାଧ୍ୟମକୁ ଯାହା କହିଛନ୍ତି, ଶୁଣିଲେ ଆଖିରୁ ପାଣି ଗଡ଼ିଯିବ । ସେ କହିଛନ୍ତି ଯେ, ମୋ’ ଝିଅକୁ ମୁଠାଏ ମାଟି ଦେବାକୁ ବି ଦେଲେନି । ମୁଁ ସେମାନଙ୍କ ଗୋଡ଼ ଧରିଲି, ତଥାପି ଜଣେ ମା’ର ଆତୁରତାକୁ ସେମାନେ ବୁଝିଲେନି ।

Leave A Reply

Your email address will not be published.