ମହାରଥୀ ଚାଲିଗଲେ : ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତାଙ୍କୁ ହରାଇଲା ମାଟି

ଭୁବନେଶ୍ୱର, (କେପିଏନ୍ଏସ୍) : ଶେଷରେ ମହାରଥୀ ଚାଲିଗଲେ । ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ନେତା ପିପିଲି ବିଧାୟକ ପ୍ରଦୀପ ମହାରଥୀ(୬୫) ଚାଲି ଯାଇଥିବା ସୂଚନା ମିଳିଛି । ଜଣେ ବରିଷ୍ଠ ଜନନେତାଙ୍କୁ ହରେଇଲା ଏଇ ମାଟି ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ଗତ ରାତି ୨ଟା ୩୬ ମିନିଟ୍‌ରେ ତାଙ୍କ ପରଲୋକ ହୋଇଥିବା ବେଳେ ଏହି ଖବର ପ୍ରଚାର ହେବା ପରେ ରାଜନୀତି ଜଗତରେ ଶୋକର ଲହରି ଖେଳିଯାଇଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ମହାରଥୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ଯୋଗୁଁ ତାଙ୍କୁ ଭେଂଟିଲେଟର୍‌ରେ ଏକ ଘରୋଇ ଚିକିତ୍ସାଳୟରେ ରଖାଯାଇଥିଲା ଏବଂ ତାଙ୍କୁ ସୁସ୍ଥ କରିବା ପାଇଁ ଡାକ୍ତରମାନେ ଆପ୍ରାଣ ଚେଷ୍ଟା କରିଥିଲେ । କିନ୍ତୁ ସବୁ ଚେଷ୍ଟାକୁ ବିଫଳ କରି ମହାରଥୀ ଚାଲିଗଲେ ମହାଯାତ୍ରାରେ । ତାଙ୍କ ମୃତ୍ୟୁବେଳକୁ ଡାକ୍ତରଖାନାରେ ତାଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଏବଂ କନ୍ୟା ପଲ୍ଲବୀଙ୍କ ସହ ପରିବାରବର୍ଗ ଉପସ୍ଥିତ ଥିଲେ । ତେବେ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ବହୁ ରାଜନୀତିକ ବ୍ୟକ୍ତିବିଶେଷ ଡାକ୍ତରଖାନାକୁ ଆସିଥିବା ଖବରରେ କୁହାଯାଇଛି । ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.