
କେସିଙ୍ଗା, (ପ୍ରୀତେଶ ପଟେଲ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କେସିଙ୍ଗାରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ କେସିଙ୍ଗା ନଗର ବିଜେପି ପକ୍ଷରୁ ସହରର ବିଭିନ୍ନ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଇଥିଲା । କେସିଙ୍ଗାର ବଗାଡ଼ ଶିବ ମନ୍ଦିର, ସାନପଡ଼ା ଶିବ ମନ୍ଦିର, ଗୌରୀଶଙ୍କର ମନ୍ଦିର, ଜଗନ୍ନାଥ ମନ୍ଦିର ଏବଂ ବୋରିଙ୍ଗପଦର ଶିବ ମନ୍ଦିରରେ ଦୀପ ପ୍ରଜ୍ୱଳନ କରାଯାଇ ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳ କାମନା କରାଯାଇଥିଲା । କେସିଙ୍ଗା ନଗର ବିଜେପି ସଭାପତି ପିଙ୍କୁ ପରିଡ଼ାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ପୂର୍ବତନ ଟାଉନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଟାଉନ ସାଧାରଣ ସମ୍ପାଦକ ପ୍ରୀତେଶ ପଟେଲ, ଯୁଗଳ କିଶୋର ଦୀପ, ବିମଳ ବାଗ, ଅରୁଣ ଅଗ୍ରୱାଲ, ଗୋବିନ୍ଦ ବନଛୋର, କମଳାକାନ୍ତ ସାହୁ, ଜୟନ୍ତୀ ଗହୀର, ଧରଣୀ ନାୟକ, ମଣ୍ଟୁ ବର୍ମାଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟର୍ୟ୍ୟନ୍ତ ‘ସେବା ସଂକଳ୍ପ’ ଅଭିଯାନ ଅନ୍ତର୍ଗତ ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକ୍ରମ କରାଯିବାର କାର୍ଯ୍ୟକ୍ରମ ରହିଛି ।

