pr

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ମା’ ମାଣିକେଶ୍ୱରୀଙ୍କ ପବିତ୍ର ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୁହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ମନ୍ଦିର ପରିସରରେ ୨୧୦୦ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଉପସ୍ଥିତ ଅତିଥି, ଅଧିକାରୀ, କର୍ମଚାରୀ ଓ ଅଂଶଗ୍ରହଣକାରୀମାନେ ସାମୁହିକ ଭାବେ ଦୀପ ପ୍ରଜ୍ୱଳନ କରି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳମୟ ଜୀବନ କାମନା କରିଥିଲେ । ସାଂସଦ ମାଳବିକା ଦେବୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମହାରାଜ ଅନନ୍ତ ପ୍ରତାପ ଦେଓ, ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ପୂର୍ବତନ ବିଧାୟକ ଅନାମ ନାଏକ, ବରିଷ୍ଠ ରାଜନେତା ଭବେନ୍ଦ୍ର ପଣ୍ଡା, ଯୁଗଳ କିଶୋର ପୋଡ଼ ପ୍ରମୁଖ ସହ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ । ଏହାସହିତ ଅଙ୍ଗନବାଡ଼ି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ,ସୁଭଦ୍ରା ଭଉଣୀ, ଆଶାକର୍ମୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀମାନେ ଉତ୍ସାହର ସହ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପରିସରରେ କାର୍ଯ୍ୟକ୍ରମଟି ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲା । ସେଭଳି ଗାନ୍ଧୀ ଛକ ସ୍ଥିତ ଦୁର୍ଗା ମଣ୍ଡପ ଠାରେ ମଧ୍ୟ ୧୧୦୦ ଦୀପ ପ୍ରଜ୍ୱଳନ କରାଯାଇଥିଲା । ଜିଲ୍ଲା ମୁଖ୍ୟାଳୟ ସହିତ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ ଓ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ସାମୁହିକ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାବ୍ୟାପୀ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଇଥିଲା ।

nrusinghnath
Leave A Reply

Your email address will not be published.