csstore

ନୃସିଂହ ପଞ୍ଜିକା – ୨୦୨୫ ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର କପସିଲା ରୋଡ଼ ସ୍ଥିତ ଉଦୟନାଥ ଫର୍ଣିଚର ପରିସରରେ ଗତ କାଲି ଏକ ମନୋରମ ପରିବେଶରେ ପଶ୍ଚିମ ଓଡ଼ିଶା ବାର୍ତ୍ତାର ଦ୍ଵିତୀୟ ସ୍ୱ ନକ୍ଷତ୍ର ଦିବସ ବହୁ ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି । ଏହି ଅବସରେ ଦୀର୍ଘ ବର୍ଷ ଧରି ପ୍ରକାଶିତ ହୋଇ ଆସୁଥିବା ପଶ୍ଚିମ ଓଡିଶାର ପରମ ପାବନ ତୀର୍ଥକ୍ଷେତ୍ର ନୃସିଂହନାଥରୁ ଜ୍ୟୋତିର୍ବିଦ ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ)ଙ୍କ ଗଣନାରେ ନୃସିଂହ ପଞ୍ଜିକା – ୨୦୨୫କୁ ବରେଣ୍ୟ ଅତିଥି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ, ପଶ୍ଚିମ ଓଡିଶା ବାର୍ତ୍ତା ସମ୍ପାଦକ ଡିଲେଶ୍ଵର ବାଗ, ଭଟଲି ଦଧିବାମନ ମହା ବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ମୁଖ୍ୟବକ୍ତା ଦୁର୍ଗାଶିଷ ପଟ୍ଟନାୟକ, ଗୋଷ୍ଠୀଶିକ୍ଷା ଅଧିକାରୀ ଲୋକନାଥ ଭୋଇ, ପଦ୍ମପୁର ଓକିଲ ସଙ୍ଘ ସମ୍ପାଦକ ଚିନ୍ମୟ ପଣ୍ଡା, କଟକ ବଡ଼ ମେଡିକାଲ ଅସ୍ଥିଶଲ୍ୟ ବିଶେଷଜ୍ଞ ଡଃ. ରୋଶନ ରଥଙ୍କ କରକମଳରେ ନୃସିଂହ ପଞ୍ଜିକା ଉନ୍ମୋଚିତ ହୋଇଥିଲା । ପରିଶେଷରେ ପଶ୍ଚିମ ଓଡିଶା ବାର୍ତ୍ତାର ସମ୍ପାଦକ ଡିଲେଶ୍ଵର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.