csstore

କନ୍ଦାଡଙ୍ଗରରେ ରୌପ୍ୟ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମ ପାଖରେ ଥିବା ପେଟଲିଝରନ୍ ଠାରେ ୧୯୯୬ରୁ ୨୦୨୩ ମସିହା ସ୍ଵାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟରେ ପଢି ସାରିଥିବା ଛାତ୍ରଛାତ୍ରୀମାନଙ୍କୁ ନେଇ ଆଗାମୀ ଦିନରେ ହେବାକୁ ଥିବା ବନ୍ଧୁ ମିଳନ ଓ ରୌପ୍ୟ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଶାନ୍ତ କୁମାର ପଟେଲଙ୍କ ନେତୃତ୍ଵରେ ଆୟୋଜିତ କାର୍ଯ୍ୟକ୍ରମରେ ୪ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କ ବିୟୋଗରେ ୧ ମିନିଟ୍‌ର ନୀରବ ପ୍ରାର୍ଥନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସଭାପତି ସାରଙ୍ଗଧର ସାହୁ, ଉପ ସଭାପତି ଯୋଧ୍ୟ୍ୟାପ୍ରସାଦ ନାୟକ, ଜନ୍ମଜୟ ବରିହା, ସଂପାଦକ ସୁଶାନ୍ତ କୁମାର ପଟେଲ, ସହ ସଂପାଦକ ବିନୋଦ ପଟେଲ, କୋଷାଧ୍ୟକ୍ଷ ବେଦବ୍ୟାସ ସାହୁ, ସହ କୋଷାଧ୍ୟକ୍ଷ ଦୟାନିଧି ସାହୁ, ବସନ୍ତ ନାଗ, ଦୀପକ ଭୋଇ, ଘନଶ୍ୟାମ ବାଗ, ନିର୍ମଳଚନ୍ଦ୍ର ପ୍ରଧାନ, ଧନଂଜୟ ପଟେଲ, ମାଧବ ରଣା, ଆଭାସ ଦାଶ, ସୁଶିଲ ବରିହା, ମନୋଜ ନାଏକ, ଲୋକେଶ ନାଏକ, ଡିଗେଶ୍ଵର ନାଏକ, କେଶବ ନାୟକ, ଜିତେନ୍ଦ୍ର ବରିହା, ଆଲୋକ ପ୍ରଧାନ, ସୁରେଶ ଲୁହାର, ବରୁଣ ପାଣ୍ତେ, ରମେଶ ଗଜାକୁଶ, ଛବିଲାଲ ବାରିକ ଓ ଯଦୁମଣି ପଟେଲ ପ୍ରମୁଖଙ୍କୁ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ଓ ଉପଦେଷ୍ଟା କମିଟୀରେ ଈଶ୍ୱର ପଟେଲ, ସଂଜୟ ସଗର, ଫେକନ ନାଏକ, ଯୋଗେଶ୍ଵର ସାହୁ, କୃପାସିନ୍ଧୁ ବରିହା, ବିଜୟ ସାହୁ ଓ ରେଶମ ପ୍ରଧାନଙ୍କୁ ଚୟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୧୫୦ରୁ ଅଧିକ ଛାତ୍ର ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅପ୍ରିଲ ମାସରେ ପାଳନ କରିବା, ଉକ୍ତ ବିଦ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନୀତ କରାଯିବା, ଗୋଟିଏ ସ୍ମରଣିକା ଉନ୍ମୋଚନ କରିବା, ଆଲୁମିନି ଆସୋସିଏସନ୍ ସ୍ଵାମୀ ବିବେକାନନ୍ଦ ହାଇ ସ୍କୁଲ, କନ୍ଦାଡଙ୍ଗର ନାମରେ ପଂଜିକରଣ କରିବା ଓ ଆଗାମୀ ଦିନରେ ରକ୍ତଦାନ ମହତ୍ ଦାନ ଉଦ୍ଦେଶ୍ୟରେ ଗୋଟିଏ ରକ୍ତଦାନ ଶିବିର ଅନୁଷ୍ଠିତ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ବନ୍ଧୁ ମିଳନ ଓ ରୌପ୍ୟ ଜୟନ୍ତୀ ଦିନ ନିଜ ରାଜ୍ୟ ଓ ବାହାର ରାଜ୍ୟରେ ରହୁଥିବା ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ନିଶ୍ଚିତ ଭାବେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.