ରାଜଧାନୀରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ହତ୍ୟା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ରାଜଧାନୀ ଭୁବନେଶ୍ୱରରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଥିବା ସୂଚନା ମଳିଛି । ଆଜି ସଂଧ୍ୟାରେ ଶିଶୁଭବନ ଛକରୁ ରାଜମହଲ ଯିବା ରାସ୍ତାରେ ଦୁଇ ଜଣ ଶ୍ରମିକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ଯାହାକୁ ନେଇ ଜଣେ ଶ୍ରମିକ ଅନ୍ୟ ଜଣଙ୍କୁ ପଥରେ ଛେଚି ନୃଶଂସ ଭାବେ ହତ୍ୟା କରିଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ତେବେ କେଉଁଥି ପାଇଁ ଏଭଳି ଘଟଣା ଘଟିଲା ତାହା ଜଣାପଡିନାହିଁ । ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଘଟଣାରେ ଜଣଙ୍କୁ ଅଟକ ରଖିଛି କ୍ୟାପିଟାଲ ଥାନା ପୋଲିସ ।

Leave A Reply

Your email address will not be published.

7 + nineteen =