ଉର୍ମିଳାଙ୍କ ଦଶାହରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଳକର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କ ଧର୍ମପତ୍ନୀ ଉର୍ମିଳା ତ୍ରିପାଠୀ କରୋନାରେ ଆକ୍ରାନ୍ତ ହୋଇ ଗତ ୩ ତାରିଖରେ ମୃତ୍ୟୁବରଣ କରିଥିଲେ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଆଜି ତାଙ୍କ ଦଶାହ ଉତ୍ସବରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଡେଲାଙ୍ଗ ବ୍ଲକ ଡଁପୁରସ୍ଥିତ ଆଭା ଅନୁଷ୍ଠାନରେ ଦଶାହ ଉପଲକ୍ଷେ ଅନ୍ତେବାସୀ ମାନଙ୍କୁ ପରିବାର ପକ୍ଷରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ଆଭା ଅନୁଷ୍ଠାନର ସଭାପତି ସୁଧୀର ଦାଶ, ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ସହ ସମ୍ପାଦକ ବାଲୁଙ୍କେଶ୍ୱର ପରିଡା ଓ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଡ. କ୍ଷେତ୍ରବାସୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ତାଙ୍କୁ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ । ସେହୀପରୀ ଡେଲାଙ୍ଗ ପ୍ରେସ୍‌ କ୍ଲବ ପକ୍ଷରୁ ଉର୍ମିଳାଙ୍କ ଅମର ଆତ୍ମାର ସଦଗତି କାମନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

Leave A Reply

Your email address will not be published.

twenty − six =