ଅବସର ପ୍ରାପ୍ତ ରାଜସ୍ୱ ବିଭାଗ ବରିଷ୍ଠ ସହାୟକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅବସର ପ୍ରାପ୍ତ ରାଜସ୍ୱ ବିଭାଗ ବରିଷ୍ଠ ସହାୟକ ତଥା ସମାଜସେବୀ, ଧର୍ମ ପରାୟଣ, ଅମାୟିକ ବ୍ୟକ୍ତି ରାଜେନ୍ଦ୍ର ବେହେରାଙ୍କ ଆଜି ୭୪ ବର୍ଷ ବୟସରେ ତାଙ୍କ ରାମେଶ୍ୱର ନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । କିଛି ମାସ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ । ଅନ୍ତିମ ସମୟରେ ତାଙ୍କ ପତ୍ନୀ କୁନ୍ତୀ ବେହେରା, ଏକମାତ୍ର ପୁତ୍ର ଆଶିଷ, ବହୁ ସୀମା, ଝିଅ ଶର୍ମିଷ୍ଠା, ଜ୍ୱାଇଁ ପ୍ରଭାସ, ନାତି ଅଭିଜ୍ଞାନ, ଆୟୁଷ୍ମାନ ଏବଂ ନାତୁଣୀ ଆଦି ଉପସ୍ଥିତ ଥିଲେ । ଆଜି ବିଭୁତିପଡା ସ୍ଥିତ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ସେ ତାଙ୍କ ସରକାରୀ ଚାକିରୀ କାଳ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ କରି ଟିଟିଲାଗଡ଼ରୁ ରାଜସ୍ୱ ବିଭାଗ ବରିଷ୍ଠ ସହାୟକ ପଦରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ଅନେକ ‌ସମାଜ ସେବା ଓ ଧାର୍ମିକ କାର୍ଯ୍ୟରେ ସାମିଲ ହେଉଥିଲେ । ତାଙ୍କର ଅମାୟିକ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ଠାରେ ଆଦରଣୀୟ ହୋଇପାରିଥିଲେ । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଖେଳିଯାଇଛି ।

Leave A Reply

Your email address will not be published.

14 + ten =