shyamal

ନୋଡ଼ାଲ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର କଣ୍ଟାବାଞ୍ଜି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗୁରୁଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସାହିତ୍ୟ ଏକାଡେମୀ ଦିଲ୍ଲୀ ଦ୍ୱାରା ବାଲସାହିତ୍ୟ ପୁରସ୍କାର ପ୍ରାପ୍ତ ଡଃ. ଯୁଗଳ କିଶୋର ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ପବିତ୍ର ଅବସରରେ ଶିକ୍ଷକ ଭାବେ ପ୍ରଥମ ନିଯୁକ୍ତି ପାଇଥିବା ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଫରୁ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିନେଶ ମହାନନ୍ଦ, କେନ୍ଦ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ମହାପାତ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ଯୋଶୀ, ବିଶିଷ୍ଠ ଶିଶୁ ସାହିତ୍ୟିକ ବିରଞ୍ଚିନାରାୟଣ ଦାଶ, ତଥା କଣ୍ଟାବାଞ୍ଜି ଏନ.ଏ.ସିର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଡଃ. ଷଡ଼ଙ୍ଗୀଙ୍କ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

purusottam
Leave A Reply

Your email address will not be published.