କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ କୃଷି ଆଇନ ରାଜ୍ୟରେ ଲାଗୁ ନ କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ପାଇଁ ନରସିଂହଙ୍କ ନୋଟିସ୍

ଭୁବନେଶ୍ୱର, (ସୁଶାନ୍ତ ସାହୁ) : କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ କୃଷି ଆଇନ ରାଜ୍ୟରେ ଲାଗୁ ନ କରିବାକୁ ବିଧାନସଭାରେ ସଂକଳ୍ପ ପାରିତ୍‌ ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନୋଟିସ୍‌ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉକ୍ତ ୩ କୃଷି ଆଇନ କୃଷକ ବିରୋଧୀ ହୋଇଥିବା ବେଳେ ଏହା ଆଇନ ସମ୍ମତ ନୁହେଁ ଏବଂ କେନ୍ଦ୍ର ସରକାର କୌଣସି ଭିତ୍ତିରେ ଏହାକୁ ରାଜ୍ୟ ଉପରେ ଲଦି ଦେଇ ପାରିବେ ନାହିଁ ବୋଲି ସେ ଦର୍ଶାଇଛନ୍ତି । ତେବେ ବିଧାନସଭା ଚାଲୁଥିବା ବେଳେ ଏହି ଆଇନଗୁଡ଼ିକୁ ରାଜ୍ୟରେ ଲାଗୁ ନ କରିବା ପାଇଁ ସଂକଳ୍ପ କରାଯାଉ ବୋଲି ତାଙ୍କ ନୋଟିସ୍‌ରେ ସେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.