jsm

ନିଶା କାରବାରରେ ପଦ୍ମପୁର ଉପଖଣ୍ଡର ଯୁବସମାଜ କବଳିତ : ଚିନ୍ମୟ ପଣ୍ଡା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଶା ବେପାରୀଙ୍କ ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବୀ କଲେ ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଦିନକୁ ଦିନ ପଦ୍ମପୁର ସହରରେ ନିଶା କାରବାର ବଢ଼ିବାରେ ଲାଗିଛି ଯଦ୍ୱାରା ଯୁବ ପିଢ଼ି ନିଶାର ଶିକାର ହୋଇ କ୍ରାଇମ କରିବା ସହ ଦୁର୍ଘଟଣା ମଧ୍ୟ ଘଟାଉଛନ୍ତି । କିଛି ଦିନ ତଳେ ଜଣେ ଯୁବକ ନିଶା ସେବନ କରି ଗୋଟିଏ ଛୋଟ ଛୁଆକୁ ବାଇକରେ ଧକ୍କା ଦେଇଥିଲେ ଫଳରେ ଘଟଣା ସ୍ଥଳରେ ଛୋଟ ଛୁଆର ଜୀବନ ଚାଲି ଯାଇଥିଲା । ଏମିତି ପ୍ରତେକ ଦିନ ନିଶା ସେବନ କରି ଯୁବ ପିଢ଼ି ମାଡ଼ ପିଟ କରିବା ସହ କ୍ରାଇମ ମଧ୍ୟ କରୁଛନ୍ତି, ଗାଁ ଗାଉଁଲିରୁ ଆସୁଥିବା ଲୋକଙ୍କୁ ଡ଼ରାଇ ଧମକାଇ ଟଙ୍କା ଅସୁଲି କରୁଛନ୍ତି ।ଦେଖିବାକୁ ଗଲେ ବର୍ତ୍ତମାନ ପଦ୍ମପୁର ସହରରେ ପ୍ରଚୁର ପରିମାଣରେ କଫ୍‌ ସିରଫ୍‌ ବିକ୍ରି ହେଉଛି । ହେଲେ କଫ୍‌ ସିରଫ୍‌ ବେପାରୀ ମାନେ କଫ୍‌ ସିରଫ୍‌ ବିକ୍ରି କରି ଖୁଲମ ଖୁଲା ବୁଲୁଛନ୍ତି । ତେଣୁ ନିଶା ବେପାରୀଙ୍କ ଉପରେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ଅତ୍ୟନ୍ତ ଜରୁରୀ ବୋଲି ପଦ୍ମପୁର ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ ପଣ୍ଡା ଦାବୀ କରିଛନ୍ତି ।

yuvodaya
Leave A Reply

Your email address will not be published.