csstore

ଆମ ଓଡିଶା ନବୀନ ଓଡିଶା ଫାଇଲ୍‌ ଗାଏବ : ଅଧାପନ୍ତରିଆ ଅବସ୍ଥାରେ ପଡିଛି କ୍ଲବ ଗୃହ ନିର୍ମାଣ

ସଇଁତଲା, (ପ୍ରମୋଦ ସେଲମା) : ଆମ ଓଡିଶା ନବୀନ ଓଡିଶା ଯୋଜନା ତରଫରୁ ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଅର୍ଥ ବିନିଯୋଗ କରି ବିଭିନ୍ନ ପ୍ରକଳ୍ପ ଗୁଡିକ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଉକ୍ତ ଗୃହ ନିର୍ମାଣ ଅଧାପନ୍ତରିଆ ନେଇ ପଡାବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦ୍ୱାରସ୍ଥ ହେଉଥିଲେ ମଧ୍ୟ କୌଣସି ସଫଳ ମିଳୁନାହିଁ । ଯଦି ଏ ଦିଗରେ ବ୍ଲକ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ ଗ୍ରହଣ କରି ଟଙ୍କା ପଇଠ ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ପଡାବାସୀ ଚେତାବନୀ ଦେଇଛନ୍ତି । ପ୍ରକାଶ ଯେ, ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଡେଙ୍ଗ ପଞ୍ଚାୟତ ଧୁନକେଡା ଗାଁର ହରିଜନ ପଡାରେ ଏକ ଡ଼କ୍ଟର ବିଆର ଆମ୍ବେଦକର କ୍ଲବ ଗୃହ ନିର୍ମାଣ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଉକ୍ତ ଗୃହ ପାଇଁ ଫଳକ ଲାଗି କାର୍ଯ୍ୟ ଆରମ୍ଭ ହୋଇ ଛାତ ଲେଭେଲ ପର୍ଯ୍ୟନ୍ତ କାର୍ଯ୍ୟ ସରିଯାଇ ଥିବାବେଳେ ଏ ପର୍ଯ୍ୟନ୍ତ କୌଣସି ବିଲ୍‌ ପଇଠ ହୋଇନାହିଁ । ଯାହା ଫଳରେ ଶ୍ରମିକ ମହଲରେ ଅସନ୍ତୋଷ ସୃଷ୍ଟି ଦେଖାଦେଇଛି । ଏପରିକି ଗୃହ କାର୍ଯ୍ୟ ନିର୍ମାଣ ହୋଇ ଅଧାପନ୍ତରିଆ ହୋଇ ବର୍ଷେ ବିତିଗଲା ସତ୍ତ୍ୱେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରିନାହିଁ । ଏ ସମସ୍ୟା ନେଇ ପଡାବାସୀ ବ୍ଲକ ଯାଇ ନିରାଶ ହେବାକୁ ପଡିଛି । ଏ ସମ୍ପର୍କରେ କିଛି କର୍ମଚାରୀଙ୍କୁ ପଚାରିଲେ ବିଲ୍‌ ସରିଯାଇଛି ତ କେହି କହୁଛନ୍ତି ଫାଇଲ୍‌ ଗାଏବ ହୋଇଛି ବୋଲି ଉତ୍ତର ମିଳୁଛି । ଏଣୁ ଉକ୍ତ ଫାଇଲ୍‌କୁ ଖୋଜି ତୁରନ୍ତ ଗୃହ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଗଣ୍ଡାପଡାର ଅଜିତ ସୁନା, ଶତୃଘ୍ନ ସୁନା, ରମେଶ ସୁନା, ପୁରନ୍ଦର ବାଗ, ତୁଫାନ ସୁନା, ଚନ୍ଦ୍ରଧୂଜ ଛତ୍ରିଆ, କୈଳାଶ ଛତ୍ରିଆ, କିଷାନ ସୁନା, ରାଜୁ ଛତ୍ରିଆ, ସରୋଜ ଛତ୍ରିଆ, ମଙ୍ଗଳୁ ଛତ୍ରିଆ, ପ୍ରଫୁଲ୍ଲ ବାଗ, ରାହୁଲ ସୁନା, ବାରୁ ବାଗ ପ୍ରମୁଖ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.