pakka

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଅବସରରେ ‘ଗୃହ କାର୍ଯ୍ୟ ଯୋଜନା’ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଗୁଡିକରେ ଆଗୁଆ ଛୁଟି ଘୋଷଣା କରାଯାଇଛି । ଏଥିନିମନ୍ତେ ଏହି ଛୁଟି ଅବସର ସମୟରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଠପଢ଼ାରେ ଯେମିତି ଅଭାବ ରହିବ ନାହିଁ, ସେଥିପାଇଁ ସରକାରଙ୍କ ତରଫରୁ ପାଠ୍ୟକ୍ରମ ପ୍ରସ୍ତୁତି କରାଯିବ ଯାହା (Holiday Home Work Programme) ଆସନ୍ତା ମେ’ ୧ ତାରିଖଠାରୁ ଚାଲୁ ରଖିବା ସକାଶେ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ାଙ୍କ ଆଦେଶ ପ୍ରକାରେ ଜିଲ୍ଲାରେ ଦୁଇଗୋଟି ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହାଦ୍ୱାରା ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକଗଣ ଦୈନନ୍ଦିନ କାର୍ଯ୍ୟକ୍ରମ ଗୁଡ଼ିକ ତଦାରଖ କରିପାରିବେ । ଆସନ୍ତା କାଲି ସୋମବାର ୧ ତାରିଖରୁ ସକାଳ ୬ ଘଟିକାଠାରୁ ସନ୍ଧ୍ୟା ୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଅବଗତ ହୋଇ ପାରିବେ । ଗଞ୍ଜାମ ଜିଲ୍ଲାର ଆସିକା, ବେଗୁନିଆପଡା, ବେଳଗୁଣ୍ଠା, ଭଞ୍ଜନଗର, ବୁଗୁଡା, ଛତ୍ରପୁର, ଚିକିଟି, ଧରାକୋଟ, ଦିଗପହଣ୍ଡି, ଗଞ୍ଜାମ ଏବଂ ହିଞ୍ଜିଳିକାଟୁ ବ୍ଲକ ଏହିଭଳି ୧୧ ଗୋଟି ବ୍ଲକ ନିମନ୍ତେ ୧୮୦୦-୩୪୫-୨୩୮୫ ଜାରି କରାଯାଇଛି । ସେହିପରି ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗର, ଖଲ୍ଲିକୋଟ, କୁକୁଡାଖଣ୍ଡି, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଶେରଗଡ, ସୋରଡା ଏବଂ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ସକାଶେ ୧୮୦୦- ୩୪୫-୨୩୮୬ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।

Leave A Reply

Your email address will not be published.

17 + 13 =