pakka

୬୦ ଘର ଡୁମାଲ ସମାଜର ସାଙ୍ଗଠାନିକ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୬୦ ଘର ଡୁମାଲ ସମାଜ ବଲାଙ୍ଗିର ଜିଲ୍ଲାର ଏକ ସାଙ୍ଗଠାନିକ ବୈଠକ ଯାଦବ ଭବନଠାରେ ଜିଲ୍ଲା ସଭାପତି ଲମ୍ବୋଧର ମହାକୁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ସ୍ୱାଗତ ଭାଷଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ରାଜ୍ୟ ପରିଷଦକୁ ପ୍ରତିନିଧିତ୍ୱ କରୁଥିବା ୬ ଜଣ ସଭ୍ୟ ଦୟାନିଧି ଖମାରୀ, ଚକାନନ୍ଦ କମ୍ପ, ପ୍ରଫୁଲ୍ଲ ବଘାର, ନାରାୟଣ କମ୍ପ, ସୁବଳ ଖମାରୀ, ବୃଷୁବ ଦନ୍ତାଙ୍କୁ ବୈଠକରେ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ୧୪/୦୫/୨୦୨୩ ତାରିଖରେ ବଲାଙ୍ଗିରରେ ରାଜ୍ୟ ପରିଷଦ ଗଠନ କରାଯିବାକୁ ସ୍ଥିର କରାଯାଇ ଥିବାରୁ ଏହା ଆମ ପାଇଁ ସମ୍ମାନର ପ୍ରଶ୍ନ ଭାବରେ ଗ୍ରହଣ କରିବାକୁ ସଭାପତି ମତପ୍ରକାଶ କରିଥିଲେ ଏବଂ ସମସ୍ତ ସକ୍ରୀୟ ସଭ୍ୟ ଏଥିରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ୬୦ ଘର ଡୁମାଲ ସମାଜର ଏକ ଭବନ ବଲାଙ୍ଗିର ସହରାଞ୍ଚଳରେ ନିର୍ମାଣ କରାଯିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ବଲାଙ୍ଗିର ସହରାଞ୍ଚଳ ସଭାପତି ସଂଜୟ କୁମାର ମହାକୁର ଡୁମାଲ ଭବନ ପାଇଁ ଜମି ଓ ସମନ୍ୱୟ କମିଟି ଗଠନ ଉପରେ ସୂଚନା ଦେଇଥିଲେ । ଭବନ ନିର୍ମାଣ ନିମନ୍ତେ ୨୭ଟି ଚକର ସଭାପତି, ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ, ସହରାଞ୍ଚଳ କମିଟି ଓ ଉପଦେଷ୍ଟା ମଣ୍ଡଳୀର ସଭ୍ୟଙ୍କୁ ନେଇ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଥିଲା । ପରିଶେଷରେ ବିଭିନ୍ନ କେନ୍ଦ୍ରମାନଙ୍କରେ ଥିବା ଛୋଟ ବଡ ସମସ୍ୟା ଉପରେ ଉପସ୍ଥିତ ସଭ୍ୟ ନିଜ ନିଜର ମତ ଉପସ୍ଥାପନ କରିଥିଲେ ଏବଂ ଆଗାମୀ ଦିନରେ ଜିଲ୍ଲା କାର୍ଯ୍ୟକାରିଣୀ କମିଟିର ତତ୍ତ୍ୱାବଧାନରେ ସେ ସବୁ ସମସ୍ୟାର ସମାଧାନ ପାଇଁ ସର୍ବସମ୍ମତି କ୍ରମେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ଜାତି ସମାଜର ଉନ୍ନତି ପାଇଁ ମିଳିତ ପ୍ରୟାସ କରିବାକୁ ସମସ୍ତେ ଏକ ହୋଇ କାମ କରିବା ପାଇଁ ଉପସ୍ଥିତ ସମସ୍ତ ସଭ୍ୟ ଶପଥ ନେଇଥିଲେ । ଶେଷରେ ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ଚକାନନ୍ଦ କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

3 × two =