ଡୁଙ୍ଗୁରିପଡାରେ ପୋଲିସର ଡାକବାଜି ଯନ୍ତ୍ରରେ ପ୍ରଚାର : ଯଥାଶୀଘ୍ର ଆସାମୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡୁଙ୍ଗୁରିପଡାରେ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଯଥାଶୀଘ୍ର ଆସାମୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିପିଓ ତୋଫାନ ବାଗ । ସୂଚନା ଅନୁସାରେ, ଡୁଙ୍ଗୁରିପଡାରେ ରହୁଥିବା ଡେବିଟ ଶରଣ ନାଗଙ୍କ ନାମରେ ଅପରାଧିକ ମାମଲା ରୁଜୁ ହୋଇଛି । ଟିଟିଲାଗଡ କୋର୍ଟରୁ ବାରମ୍ବାର ସମନ ଜାରି ହେବା ସତ୍ୱେ ଅଦାଲତର ଆଦେଶକୁ ଅବମାନନା କରୁଛି । ଏନେଇ ଆଜି ବଲାଙ୍ଗିର ପୋଲିସ ତରଫରୁ ସହରର ଡୁଙ୍ଗୁରିପଡା ଠାରେ ପ୍ରଚାର କରାଯାଇଥିଲା । ତାଙ୍କ ଘରେ ଏକ ନୋଟିସ ଛପା ଯାଇଥିଲା । ଏହା ସହିତ ଅଦାଲତର ନିର୍ଦ୍ଦେଶନାମା ବିଷୟରେ ତାଙ୍କ ପୁଅଙ୍କୁ ଜଣାଇଦେବାକୁ ମା’ଙ୍କୁ କୁହାଯାଇଥିଲା । ୭ଦିନ ଭିତରେ ଅଦାଲତରେ ହାଜର ନହେଲେ ତାଙ୍କର ସ୍ତାବର ଅସ୍ତାବର ସମ୍ପତ୍ତି ଜବତ କରାଯିବ ବୋଲି ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × five =