ନଭେମ୍ବର ୮ରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

  • ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟରେ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକ ପ୍ରତିଫଳିତ ହେବ
  • ଜି୨୦ ଅଧ୍ୟକ୍ଷତା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ସମ୍ପର୍କିତ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଦେବା ପାଇଁ ଭାରତକୁ ଏକ ସୁଯୋଗ ମିଳିବ
  • ଭାରତ ଏହାର ଜି୨୦ ଅଧ୍ୟକ୍ଷତା ଅବଧିରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି ୨୦୦ ବୈଠକ ଆୟୋଜନ କରିବ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ୮ ନଭେମ୍ବର ୨୦୨୨ ଅପରାହ୍ନ ୪.୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତର ଜି୨୦ ଅଧ୍ୟକ୍ଷତା ସଂକ୍ରାନ୍ତ ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ ଉନ୍ମୋଚନ କରିବେ ।

ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଆଧାରରେ, ଭାରତର ବିଦେଶ ନୀତି ବୈଶ୍ୱିକ ମଞ୍ଚରେ ନେତୃତ୍ୱ ଭୂମିକା ନିର୍ବାହ ନିମନ୍ତେ ବିକଶିତ ହେଉଛି । ଏହି ଦିଗରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଭାରତ ୧ ଡିସେମ୍ବର ୨୦୨୨ରୁ ଜି୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ଜି୨୦ ଅଧ୍ୟକ୍ଷତା ଭାରତକୁ ଅନ୍ତର୍ଜାତୀୟ ମହତ୍ତ୍ୱର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଲାଗି ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ଆମର ଜି୨୦ ଅଧ୍ୟକ୍ଷତାର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟ୍ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକୁ ପ୍ରତିଫଳିତ କରିବ ।

ଜି୨୦ ଅନ୍ତର୍ଜାତୀୟ ଆର୍ଥିକ ସହଯୋଗର ପ୍ରମୁଖ ମଞ୍ଚ, ଯାହା ବିଶ୍ୱ ଜିଡିପିର ପାଖାପାଖି ୮୫%, ବିଶ୍ୱ ବାଣିଜ୍ୟର ୭୫%ରୁ ଅଧିକ ଏବଂ ବିଶ୍ୱର ପାଖାପାଖି ଦୁଇ ତୃତୀୟାଂଶ ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଛି । ଜି୨୦ ଅଧ୍ୟକ୍ଷତା ଅବଧିରେ ଭାରତ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ୩୨ଟି ଭିନ୍ନ ଭିନ୍ନ କ୍ଷେତ୍ରରେ ପାଖାପାଖି ୨୦୦ ବୈଠକ ଆୟୋଜନ କରିବ । ଆଗାମୀ ବର୍ଷ ହେବାକୁ ଥିବା ଜି୨୦ ଶିଖର ସମ୍ମିଳନୀ, ଭାରତ ଦ୍ୱାରା ଆୟୋଜନ ହେବାକୁ ଥିବା ସର୍ବୋଚ୍ଚ ସ୍ତରର ଅନ୍ତର୍ଜାତୀୟ ବୈଠକ ଗୁଡ଼ିକ ମଧ୍ୟରୁ ଅନ୍ୟତମ ।

Leave A Reply

Your email address will not be published.

15 − five =