ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସୋମବାର ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଆଇନ ସହାୟତା, ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା ଶିବିର ବରିଷ୍ଠ ଆଇନଜୀବୀ ରସାନନ୍ଦ ପରିଡ଼ା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ଶଙ୍କର୍ଷଣ ପ୍ରଧାନ, ସ୍ଥାନୀୟ ସରପଞ୍ଚ ପ୍ରତିମା ପାତ୍ର, ସମିତିସଭ୍ୟା ରାଜଲକ୍ଷ୍ମୀ ବେହେରା ପ୍ରମୁଖ ଯୋଗ ଦେଇ ଦେୱାନୀ, ଫୌଜଦାରୀ, ଦୁର୍ଘଟଣା ଓ ପାରିବାରିକ ହିଂସା ଆଦି ମାମଲା ସମ୍ପର୍କରେ ଆଲୋକପାତ କରିବା ସହ ଆଇନ ସେବା ସହାୟତା ଓ ସାକ୍ଷରତା ଉପରେ ସଚେତନ କରିଥିଲେ । ଆଇନଜୀବୀ ବୀରେନ୍ଦ୍ର ଭୁଜବଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଶିବିରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ କୁମାର ସାହୁ, ଜିଆରଏସ ସ୍ନେହଲତା ସିଂହ, ବୁଦ୍ଧିଜୀବୀ ରମେଶ ପାଟ୍ଟଶାଣୀ, ପ୍ରକାଶ ପାତ୍ର, ପ୍ରହଲ୍ଲାଦ ବଳିୟାରସିଂହ, ଲକ୍ଷ୍ମୀଧର ଜେନା, ରାଜକିଶୋର ବେହେରା ସହ ନାଏବ ସରପଞ୍ଚ, ସମସ୍ତ ୱାର୍ଡ ସଭ୍ୟସଭ୍ୟା ସମେତ ଶତାଧିକ ଲୋକ ସାମିଲ ହୋଇଥିଲେ । ଶେଷରେ ଆଇନଜୀବୀ ଶଙ୍କର୍ଷଣ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 + 18 =