ଜିଲ୍ଲାସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ଓ ୧୩ ଦୁଇ ଦିନ ଧରି ଅନୁଷ୍ଠିତ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବିଭିନ୍ନ ପ୍ରତିଯୋଗିତା ସମାପ୍ତ ହେବା ପରେ ପରେ ଜିଲ୍ଲାସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବା ପାଇଁ ଜିଲ୍ଲା ଚେସ୍‌ ସଂଘ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଥାଉକି ଯେ ବଲାଙ୍ଗିର ସହରର ମଧ୍ୟ ଭାଗରେ ରହିଥିବା ଯାଦବ ଭବନ ଠାରେ ଏକ ବଡ ଧରଣର ଚେସ୍‌ ଟୁର୍ଣ୍ଣାମେଣ୍ଟ ଜିଲ୍ଲାର ସମସ୍ତ ସହରରୁ ବା ଅଞ୍ଚଳରୁ ଆସି ପ୍ରାୟ ୭୦ ଜଣ ଖେଳାଳି ଯୋଗ ଦେବେ । ଯେଉ ଖେଳାଳି ମାନେ ବିଭିନ୍ନ ବର୍ଗରେ ଶ୍ରେଷ୍ଠତା ବା ବିଜୟୀ ହେବେ ତାଙ୍କୁ ଅତିଥି ଓ ମୁଖ୍ୟ ଅତିଥି ମାନଙ୍କ ହାତରୁ ସମ୍ମାନିତ ହେବାର ଯୋଜନା ରହିଛି । ଜିଲ୍ଲା ଚେସ୍‌ ସଂଘ ସଭାପତି ଶୁକଦେବ ଗୁରୁ, ସମ୍ପାଦକ ପ୍ରିୟବ୍ରତ ପଣ୍ଡା ସମେତ ସଂଘ ସଦସ୍ୟ ଶଶି ଶେଖର ପଣ୍ଡା, କମ୍ବୁ ପୂଜାରୀ, ରାଜେଶ ରଂଜନ ପାଣିଗ୍ରାହୀ, ବିଶ୍ୱ ରଂଜନ ଡାକୁଆ, ଶେଷଦେବ ନାୟକ, ସହ-ସଂପାଦକ ସରୋଜକାନ୍ତ ବେହେରା ସମେତ ଅନ୍ୟାନ୍ୟ ସଦସ୍ୟ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.

4 × one =